You are currently viewing ରକ୍ଷା ବନ୍ଧନ
Odia Poem Raksha Bandhan (ରକ୍ଷା ବନ୍ଧନ) by Mamata Sahu

ରକ୍ଷା ବନ୍ଧନ

ବରଷକେ ଥରେ ରକ୍ଷା ବନ୍ଧନ
ଆଣିଚି ତା’ ସାଥେ କେତେ ଆନନ୍ଦ ॥

ଭଉଣୀ ବାନ୍ଧିବ ଭାଇ ହାତରେ
ରାକ୍ଷୀ ନାମେ ରକ୍ଷା କବଚ ଡୋରେ ॥

ବନ୍ଧନ ଭିତରେ ରକ୍ଷା ବନ୍ଧନ
ଯୋଡ଼ିଦିଏ ଭାଇ ଭଉଣୀ ମନ ॥

ଥିଲେ ଥାଉ ମନେ ଯେ ଅଭିମାନ
ଭଉଣୀ ବନ୍ଧିବ ସ୍ନେହ ବନ୍ଧନ ॥

ଦୁଃଖର ଲୁହରେ ହସରେ ସୁଖି
ରାକ୍ଷୀ ରହିଥାଏ ସର୍ବଦା ସାକ୍ଷୀ ॥

ଭାଇ ଭଉଣୀର ପ୍ରେମ ସମ୍ପର୍କ
ଅନେକ ଫୁଲର ମଧୁ ମହକ ॥

ହେଉ ବର୍ଷା ଶୀତ କାକର ଖରା
ବିପଦେ ଆପଦେ ଭାଇ ସାହାରା ॥

ଭାଇ ଥିଲେ ଜାଣ ଦୁନିଆ ଅଛି
ଭଉଣୀର ଲୁହ ଦିଏ ସେ ପୋଛି ॥

ରେଶମୀ ସୂତାରେ ବନ୍ଧା ସେ ମନ
ଶ୍ଵାଶତ ପ୍ରେମର ପବିତ୍ର ଚିହ୍ନ ॥

ସ୍ୱାର୍ଥ ନାହିଁ ଅଛି ଭାବ ବନ୍ଧନ
ରହିଚି ରହିବ ସେ ଚିରନ୍ତନ ॥

ଭାଇ ଭଉଣୀର ସମ୍ପର୍କ ସୂତା
ଛିଣ୍ଡିବନି କେବେ ସ୍ନେହ ମମତା ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।