Odia Poem Abhula Amar Giri (ଅଭୁଲା ଅମର ଗୀତି) by Subham Kumar Sahoo

ଅଭୁଲା ଅମର ଗୀତି

ରଖିଛି ସାଇତି ତମର ସେଇ ଅଭୁଲା ଅମର ଗୀତି ଭୁଲିଯାଇନାହିଁ ତମ ସାଥେ ଥିବା ଭିଜା ଭିଜା ସେଇ ସ୍ମୃତି ॥ ପଢ଼ୁଛି ଆଜିବି ଲୁଚେଇ ମୁହିଁ ତୁମ ହାତ ଲେଖା ଚିଠି ଚିରି ଦେଇନାହିଁ ଚିଠିକୁ ତୁମର ରଖିଛି ପାଖେ ସାଇତି ॥ ସାଥେ ବିତିଥିବା ସବୁ ଅତୀତକୁ ରଖିଛି ମନେ ସାଇତି ମନକୁ ମୋହର ଦେଇନି କାହାକୁ ରଖିଛି ତମକୁ ସେଇଠି ॥ ଭୁଲିବନି ପ୍ରିୟେ କେବେ ଗୋ ମୋତେ ତମେ ହିଁ ମୋର…

ଅଧିକ ପଢ଼ନ୍ତୁ
Odia Poem Adhiratha (ଅଧିରଥ) by Smrutiranjan Barik

ଅଧିରଥ

ହସ୍ତିନାପୁର ଯେ ବିରାଟ, ଯାହା ଜନ୍ମ ବୀରର, ବୀରତ୍ୱର ଗାଥା ଗାଏରେ, ଭୂଇଁ ଜନ୍ମ ଭୂମିର ॥ ଭରତ ସମ୍ରାଟ ନାମରେ, ଦେଶ ଏହି ଭାରତ, ପରାକ୍ରମୀ ଗୀତ ଲେଖେରେ, ଶତ୍ରୁ ମୃତ୍ୟୁରେ ହତ ॥ ଚକ୍ରବର୍ତ୍ତୀ ରାଜା ଆସଇ, ତୀର ନାମରେ ଯୁଦ୍ଧ, ଅଧିରଥ ନାମେ ସାରଥୀ, ଆଗେ ଟାଣଇ ରଥ ॥ ବିଶ୍ୱାସର ଚୂଡ଼ା ଉପରେ, ଲେଖା ନାମ ଯାହାର, ମହାରାଜା ରଥ ବିଶ୍ୱାସେ, ଭାବେ ଆତ୍ମା ନିଜର ॥ ସାହାସୀ ସମ୍ରାଟ ସାରଥୀ,…

ଅଧିକ ପଢ଼ନ୍ତୁ
Odia Poem Hajigalani Se Dina (ହଜିଗଲାଣି ସେ ଦିନ) by Saroj Kumar Sahoo

ହଜିଗଲାଣି ସେ ଦିନ

ନାହିଁ ସେ ଅଗଣା ନାହିଁ ଚାଳଘର ଗାଈ ଗୋବରର ଲିପା ଛପିଗଲାଣି ସେ ମାଟିକାନ୍ଥ ଝୋଟି ହାତେ ମଞ୍ଜୁଆତି ଟିପା । ବାଜୁନାହିଁ କାନେ ସଞ୍ଜସକାଳର କୋଇଲିର କୁହୂତାନ ପାହନ୍ତିସକାଳେ କୁକୁଡ଼ା ଡାକର ହଜିଲାଣି ସେହି ଦିନ । ବାନ୍ଧୁନି ଗଛରେ ବୁଢ଼ିଆଣୀ ଜାଲ ଦିଶୁନାହିଁ ଅସରପା ରାସ୍ତାକଡ଼ର ସେ ନାହିଁ ତାଳବଣ ବାଇଚଢ଼େଇଟି ଖପା । ଗାଁମୁଣ୍ଡର ସେ ଗୋଚର ଜମିରେ ଚରୁନାହିଁ ଗାଈପଲ ନାହିଁ ଥଟ୍ଟାମଜ୍ଜା ରାଜାରାଣୀ ଗପ ଜେଜେମା’ର ମିଠାଗେଲ । ଗାଇଆଳ…

ଅଧିକ ପଢ଼ନ୍ତୁ
Odia Poem Srustira Baichitrya (ସୃଷ୍ଟିର ବୈଚିତ୍ର୍ୟ) by Manas Ranjan Nayak

ସୃଷ୍ଟିର ବୈଚିତ୍ର୍ୟ

ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ୟ ଅକ୍ଷ ଚାରିକଡ଼େ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡ଼େ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଢ଼ି କୁଆଁଡାକ ଦିଏ ବାର୍ଦ୍ଧକ୍ୟରେ ସ୍ୱାଭିମାନୀ ପିତାଟିଏ ବାଧ୍ୟରେ ସ୍ୱାବଲମ୍ୱୀ ହୁଏ । ଜୀବନ ଆଗେ ମରଣ, ଛୁଟିଲେ ମାଟିଘଟ ହୁଏ ପଞ୍ଚଭୂତେ ଲୀନ ପ୍ରାପ୍ତି ସଫଳତାର ମାରାଥନରେ ନିର୍ଲିପ୍ତ ଆଜି ରାତି ଦିନ ବିଶ୍ୱାସ ଶବ୍ଦ ଉଚାରଣେ ଜଡ଼ ପଥରକୁ ମଣେ ଭଗବାନ ବିସ୍ମୃତ ପ୍ରାୟ ଦିବ୍ୟଜ୍ଞାନ, ଉପେକ୍ଷିତ ଜନନୀ କରେ…

ଅଧିକ ପଢ଼ନ୍ତୁ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି ଲୋତକ ବହିଲା ଝରଝର, କିଏ ନରାଧାମ ମୋ’ରି ଦେଶକୁ ଶୋଷଣେ କରିଛି ଛାରଖାର । କିଶୋର କଣ୍ଠରୁ ଝଙ୍କୃତ ହେଲା ଭାରତ ମାତାର ଜୟ ଗାନ, ଦେଶମାତୃକା ଦୀର୍ଘଜୀବି ସହ ଦେଶ ରହିବ ହୋଇ ମହାନ । ମୋ ଦେଶର ଆମେ ବଡ଼ଭକ୍ତ ଦେଶ ମାତୃକାର ଆମେ ପୂଜକ, ଶତ୍ରୁ ଦମନ ସମୂଳେ କରିବୁ ଯୁଗେଯୁଗେ ଥିବ ଦେଶଟେକ । ହୃଦରେ ଭରିଛୁ ଦେଶ ପ୍ରେମ ମାତୃଭୂମି ପ୍ରତି ସମର୍ପଣ ଭାବ,…

ଅଧିକ ପଢ଼ନ୍ତୁ