You are currently viewing ଗୁରୁ ବନ୍ଦନା
Guru Bandana (ଗୁରୁ ବନ୍ଦନା) Sanet by Madhumita Mishra on Teachers Day

ଗୁରୁ ବନ୍ଦନା

ଅଜ୍ଞାନତା ଅମା ଅନ୍ଧାର ଭିତରେ ଜ୍ଞାନର ଜ୍ୟୋତି ଜଳାଏ,
ଅଜ୍ଞାନତା ଶକ୍ତ ବଳୟ ଭିତରୁ ହାତ ଧରି ଟାଣି ନିଏ,
ଅଜ୍ଞାନତାର ପଙ୍କ ଭିତରେ ଯେ ଜ୍ଞାନର ପଦ୍ମ ଫୁଟାଏ,
ଅଜ୍ଞାନତାର ତିକ୍ତତା ଭିତରେ ସେ ଜ୍ଞାନ ମିଷ୍ଟାନ୍ନ ଖୁଆଏ ।

ଜ୍ଞାନ ପ୍ରକାଶର ବଳରେ ହୁଅଇ ଯେ ଜଗତ ବିଜୟୀ,
ଜ୍ଞାନ ଅମୃତର ସ୍ଵାଦ ଯେ ଚଖାଇ ମୂର୍ଖତା ଦୂର କରଇ,
ଜ୍ଞାନ ତା’ ଭୂଷଣ ଜ୍ଞାନ ତା’ର ଅସ୍ତ୍ର ଜ୍ଞାନ ହିଁ ତା’ ପରିଚୟ,
ଜ୍ଞାନ ବାଣ୍ଟି ଚାଲେ ଅବିରାମ ସିଏ ଜ୍ଞାନ ପରେ ତା’ର ଲୟ ।

ଜ୍ଞାନର ବଳରେ କରେନାହିଁ ଭେଦ ଧନୀ ଗରୀବ ସମାନ,
ଜ୍ଞାନ ଥିବା ଯୋଗୁଁ ଦେଶ ବିଦେଶରେ ହୁଅଇ ତା’ର ସମ୍ମାନ,
ଜ୍ଞାନ ଆହରଣ ଜ୍ଞାନ ବିତରଣ ଜ୍ଞାନ ହିଁ ତା’ ଭଗବାନ,
ଜ୍ଞାନ ଦେଇ ଗୁରୁ ହୁଏ ପିତୃତୁଲ୍ୟ ବ୍ରହ୍ମା ବିଷ୍ଣୁ ହର ସମ ।

ଅଜ୍ଞାନତା ଦୂର କରି ଯେ ଖୋଜନ୍ତି ନର ଦେହେ ନାରାୟଣଙ୍କୁ,
ଅଜ୍ଞାନତା ହାରେ ତାଙ୍କ ପାଦ ତଳେ ପ୍ରଣାମ ସେହି ଗୁରୁଙ୍କୁ ।

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।