You are currently viewing ଆହେ ଗଜାନନ
Odia Poem Ahe Gajanana (ଆହେ ଗଜାନନ) by Janmajaya Nayak on Ganesha Puja

ଆହେ ଗଜାନନ

ଆହେ ଗଜାନନ କରୁ ନିମନ୍ତ୍ରଣ
ମର୍ତ୍ତ୍ୟପୁରେ ଆସ ଚାଲି,
ତବ ଆଗମନେ ହସିବ ଧରଣୀ
ସବୁ ଦୁଃଖ ଯିବୁ ଭୁଲି ,
ନାନାରଙ୍ଗ ପୁଷ୍ପ ତୋଳି,
ମଣ୍ଡପ ସଜାଇ ତୁମକୁ ବସାଇ
ଜାଳିବୁ ଭକ୍ତି ଦୀପାଳି ।

ମୂଷିକ ବାହନେ ବସିଥିବ ତୁମେ
ଶୁଭୁଥିବ ଶଙ୍ଖ ଧ୍ୱନି,
ତୁମକୁ ଦେଖିଣ ଫେରିବନି ଆଖି
ବନ୍ଦନା ଗାଇବୁ ପୁଣି,
ନାନାବିଧ ଫଳ ଆଣି,
ଭକତି ଚିତ୍ତରେ କରି ସମର୍ପଣ
କରିବୁ ବିଦ୍ୟା ମାଗୁଣି ।

ତୁମେ ଅଗ୍ରପୂଜ୍ୟ ବିଘ୍ନ ବିନାଶକ
ତୁମେ ପରା ବିଦ୍ୟାଦାତା,
ତୁମ କୃପା ଲଭି ମୂର୍ଖ ବି ପଣ୍ଡିତ
ହୁଅଇ ଜଗତଜିତା,
ନାହିଁ ମନେ ଆନ ଚିନ୍ତା
ତୁମରି ଚରଣେ ନେଉଛୁ ଶରଣ
ମୁକ୍ତି ଦିଅ ମୁକ୍ତିଦାତା ।

ହେ ଗଣାଧିପତି ଗଉରୀ ନନ୍ଦନ
ଏତିକି କରୁ ଗୁହାରି,
ଦିଅ ସତ୍ ବୁଦ୍ଧି ଦିଅ ଦିବ୍ୟଜ୍ଞାନ
ବାଧା ବିଘ୍ନ ଦୂର କରି,
ଝରୁ ଶୁଭାଶିଷ ବାରି,
ଅଜ୍ଞାନ ଅନ୍ଧାର ଦୂର ପ୍ରଭୁ କର
ଜ୍ଞାନର ଆଲୋକ ଭରି ।

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।