You are currently viewing ଆହେ ଶ୍ରୀ ଗଣେଶ
Odia Poem Ahe Sri Ganesha (ଆହେ ଶ୍ରୀ ଗଣେଶ) by Jangyash Kumar Rout for Ganesh Puja

ଆହେ ଶ୍ରୀ ଗଣେଶ

ଆହେ ବିନାୟକ ବିଘ୍ନବିନାସନ ଉଦଣ୍ଡ ପ୍ରମୋଦ ନନ୍ଦନ ।
ଆହେ ରୁଦ୍ରପ୍ରିୟ ସର୍ବଦେବାତ୍ମନ ସୁମୁଖ ସ୍ୱରୂପ ତରୁଣ ॥

ଆହେ ବିଶ୍ୱରାଜା ଭୀମ ମହାବଳ ସୂପକର୍ଣ୍ଣ ଆହେ ଅବିଘ୍ନ ।
ଆହେ ଭାଲଚନ୍ଦ୍ର ସିଦ୍ଧିବିନାୟକ ଅନନ୍ତଚିଦରୁପମ ॥

ଆହେ ଅବନିଶ ବୁଦ୍ଧିବିଧାତା ବିକଟ କପିଳ କବିଶ ।
ଆହେ ମନୋମୟ ଦୂର୍ଜା ଲମ୍ବୋଦର ଏକଦନ୍ତ କୃଷ୍ଣପିଗାଂଶ ॥

ଆହେ ବୁଦ୍ଧିନାଥ ମୂଷକବାହନ ସିଦ୍ଧିଦାତା ପ୍ରଥମେଶ୍ଵର ।
ଆହେ ଅଖରୁଥ ସ୍କନ୍ଦପୂର୍ବଜ ପିତାମ୍ବର ବିଘ୍ନରାଜେନ୍ଦ୍ର ॥

ଆହେ ବୁଦ୍ଧିପ୍ରିୟ ମଙ୍ଗଳମୂର୍ତ୍ତି ଉମାପୁତ୍ର ବିଦ୍ୟାବାରିଧି ।
ଆହେ ସୁରେଶ୍ଵର ଇଶାନପୁତ୍ର ଗଦାଧର ଭୁବନପତି ॥

ଆହେ ଗଣାଧ୍ୟକ୍ଷ ଆହେ ଗଜକର୍ଣ୍ଣ ଆହେ ଦେବାନ୍ତକନାଶକ ।
ଆହେ ସିଦ୍ଧିପ୍ରିୟ ବରଗଣପତି ବିଘ୍ନହର ଆହେ ଧାର୍ମିକ ॥

ଆହେ ଦେବାଦେବ ଆହେ କୃପାକର ଆହେ ଶୁଭଗୁଣକାନନ ।
ଆହେ ମୁକ୍ତିଦାୟୀ ଆହେ ନମସ୍ତେତୁ ଯଶସ୍କର ସର୍ବାତ୍ମନ ॥

ଆହେ ଯୋଗାଧିପ ସର୍ବସିଦ୍ଧାନ୍ତ ବରପ୍ରଦ ଆହେ ଶଶିବର୍ଣ୍ଣ ।
ଆହେ ମୁଢ଼ାକର ନାଦପ୍ରତିଷ୍ଠିତ ଓମକାର ଆହେ ଯଶସ୍ଵିନ ॥

ଆହେ ବିଶ୍ଵମୁଖ ବିଘ୍ନବିନାଶାୟ ହେରମ୍ବ ହରିନ୍ଦ୍ର ଗୁଣିନ ।
ଆହେ କ୍ଷେମଙ୍କରୀ ଵୀରଗଣପତି ଅମିତ ପୁରୁଷ ଶୁଭମ ॥

ଆହେ ଗଣପତି ଆହେ ଗୌରୀସୂତ ଲମ୍ବକର୍ଣ୍ଣ ଆହେ ଗଣେଶ ।
ଆହେ ଯଜ୍ଞକାୟ ପାଦ ପଦ୍ମେ ତୁମ ପ୍ରଣାମ ଅଶେଷ ଅଶେଷ ॥

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।