You are currently viewing ଲୁଚେଇ ଦେଲି
Odia Poem Luchei Deli (ଲୁଚେଇ ଦେଲି) by Golak Bihari Giri

ଲୁଚେଇ ଦେଲି

କାଳେ ଆମ ସ୍ମୃତିକୁ ସୂର୍ଯ୍ୟର ଉତ୍ତାପ ଆଉ
ରାତିର ଅନ୍ଧାର ନଷ୍ଟ କରିଦେବେ
ମୁଁ ଆଜି ତାକୁ ଲୁଚେଇ ଦେଲି
ଜହ୍ନରାଇଜରେ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ…

ନା ରହିବ ଇର୍ଷା ନା ନିତିନିୟମ
ବାଧା ଦେବାକୁ ଆମ ଅବାଞ୍ଛିତ ପ୍ରେମକୁ
ନାଁ ତୋତେ ଭୟଥିବ
ନାଁ ଅବିଶ୍ୱାସ
ଦୁନିଆ ଜାଣିବା ଆଗରୁ
ମୁଁ ତାକୁ ମଞୁସାରେ ଭସେଇଦେଲି ମୋ ଲୁହର ନଦୀରେ ପ୍ରେମର ଡଙ୍ଗାରେ
ଜହ୍ନ ରାଇଜକୁ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ…

କାଳେ ତୋତେ ଦେବାକୁ ପଡ଼ିପାରେ ଅଗ୍ନିପରୀକ୍ଷା
ଶିକାର ହେବାକୁ ପଡ଼ିପାରେ ଅନେକ ସନ୍ଧେଇ ଆଖିକୁ
ମୋ ପାଇଁ ତୁ କାହିଁକି ଲଜ୍ଜିତ ହେବୁ
ମୁଁ ଚାହେଁନା ବଞ୍ଚିବାକୁ କି ବଞ୍ଚାଇବାକୁ
ତୋତେ ଏମିତି ପ୍ରେମରେ
ମୁଁ ଲୁଚେଇ ଦେଲି ଆମ ସ୍ମୃତିକୁ
ଜହ୍ନ ରାଇଜରେ ଏକ ନିର୍ଦ୍ଦିଷ୍ଟ ତାରାର ଦିୟିତ୍ୱରେ…

ଯଦିକେବେ ତୋର ମନେପଡ଼େ
ସେ ନିରୋଳା ମୁହୂର୍ତ୍ତ, ସାଙ୍ଗ ହୋଇ ପକୁଡ଼ି ଖାଇବା
ସମସ୍ତଙ୍କ ଆଖିରୁ ଟିକିଏ ଦୂରରେ ସେଲ୍ଫି ନେବା
ତୋ କଣ୍ଢେଇକୁ ମାଡ଼ ମାରିବା
ତୋ ଆଖି ସାମ୍ନାରେ ତୋତେ ଲୁଚି ଲୁଚି ଦେଖିବା
ଇତ୍ୟାଦି ଇତ୍ୟାଦି କଥା
ମୁଁ କଥା ଦେଉଛି ଫେରେଇ ଦେବି
ବା ସେ ଠିକଣା ଦେବି
ତୁ ସମର୍ଥ ହେବୁ
ଖୋଜି ପାଇବାରେ ତୋ ଆଖି ଆଇନାରେ
ମୁଁ ଲୁଚେଇ ଦେଇଛି ଆମ ସ୍ମୃତିକୁ
ଜହ୍ନ ରାଇଜରେ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ…

– ଗୋଲକ ବିହାରୀ ଗିରି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗୋଲକ ବିହାରୀ ଗିରି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।