You are currently viewing ମୋକ୍ଷ
Odia Poem Moksha (ମୋକ୍ଷ) by Keshari Prasad Mohanty

ମୋକ୍ଷ

ବସନ୍ତର ମୃଦୁ ହୋଇ ମନ ଚୋରି କଲ ।
ନିଦରେ ଆସିକରି ସ୍ୱପ୍ନ ଦେଖାଇଲ ॥

ପୂର୍ଣ୍ଣମୀର ଚାନ୍ଦ ପ୍ରାୟ ହୋଇ ଆଲୋକିତ ।
ମନ ତଳେ ସ୍ନେହ ପ୍ରେମ କଲ ସଞ୍ଚାରିତ ॥

ଇନ୍ଦ୍ରଧନୁ ସାଜି ଜୀବନେ ରଙ୍ଗ ବୋଳି ।
ଆଙ୍କୁଥିଲ କେତେ ଚିତ୍ର ଧରି ନିଜେ ତୂଳୀ ॥

ଶରତର କାଶତଣ୍ଡି ପରି ମନମୋହି ।
ହେମନ୍ତ ଶିଶିରେ ଭିଜାଇଲ କାହିଁ ପାଇଁ ॥

ବନ୍ଧୁତାରେ ଲାଗିଲା କାହାର ନଜର ।
କେଇପଦ କଥାରେ ହେଇ ତୁମେ ପର ॥

ନିଦାଘରେ ଝାଞ୍ଜି ହୋଇ ଜାଳିଦେଇଗଲ ।
ବରଷାର ବନ୍ୟା ହୋଇ ମନ ଧୋଇ ଦେଲ ॥

ଏସବୁ ପଛରେ ନିଶ୍ଚେ ଅଛି କେଇଁ ଶାପ୍ୟ ।
ଇଶ୍ଵର କରନ୍ତୁ ଜୀବନେ ମିଳିଯାଉ ମୋକ୍ଷ ॥

– କେଶରୀ ପ୍ରସାଦ ମହାନ୍ତି

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

କେଶରୀ ପ୍ରସାଦ ମହାନ୍ତି ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।