You are currently viewing ହେ କରୁଣାମୟ
Odia Bhajan He Karunamaya (ହେ କରୁଣାମୟ) by Pranati Mohapatra

ହେ କରୁଣାମୟ

ଭକ୍ତି ପୁଷ୍ପ ଧରି ମନ ବ୍ୟୋମଯାନେ
ଆସିଛି ତୋ’ ପାଶେ ଧାଇଁ,
କର୍ମଫଳ ସବୁ ତୋ’ ପାଦ ପଙ୍କଜେ
ସମର୍ପି କଳାଗୋସାଇଁ ।

ଶ୍ରୀପଦେ ଥାଇ ମୁଁ ନୟନ ପୁରାଇ
ଦେଖିବି ଚକାନୟନ,
ତୋ ଛଡ଼ା ତୁଳସୀ ଟିକେ ପାଇ ଦେଇ
ହୋଇଯିବି ମୁହିଁ ଧନ୍ୟ ।

ବାଇଶି ପାହାଚେ ଗଡ଼ିବି କାଳିଆ
ତୋ’ ମହାମନ୍ତ୍ରକୁ ଧ୍ୟାୟୀ,
ଭୋକ ଶୋଷ ସବୁ ଭୁଲିଯିବି ପେଟେ
ଟଙ୍କ ତୋରାଣିରୁ ପିଇ ।

କରୁଣାମୟ ହେ କରୁଣାରୁ ଉଣା
କରିବୁନି ମୋର ରାଣ,
ଏତିକି କରୁଣା ରହିଲେ ମୋ ପରେ
ଲୋଡ଼ିବିନି କିଛି ଆନ ।
ଆହେ କାଳୀୟଗଞ୍ଜନ ।

– ପ୍ରଣତି ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଣତି ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।