You are currently viewing ହେ ମୋ ଉତ୍କଳ
He Mo Utkala (ହେ ମୋ ଉତ୍କଳ) Odia Poem by Sushree Sangita Sethy

ହେ ମୋ ଉତ୍କଳ

ହେ ମୋ ଉତ୍କଳ ମୋ ଜନନୀ
ପବିତ୍ର ଭୂମି, ସବୁଜିମା, ତଟିନୀ
ପ୍ରାଣ ତୁ ଏ ଓଡ଼ିଆ ଜାତିର
ତୋ’ ପାଇଁ ଝରେ ସମ୍ମାନ ନିର୍ଝରଣୀ ।

ଜନ୍ମ ନେଇ ତୋ’ କୋଳେ ହେଇଛି ଧନ୍ୟ
ତୋ ପବିତ୍ର ମାଟି ବୋଳି ହେଇ ଦେହେ
ଲୋଟିଛି ସେଥିରେ ଭାବି ତତେ ଫଗୁ
ପାଇଛି ତୋ’ ସ୍ନେହର ବାସ୍ନା ଯାହା ଅନନ୍ୟ ।

ଜୀବନ ତରି ତୁ କେତେ ଜୀବିକାର
ତୋ’ ମହାନଦୀ ମୂକସାକ୍ଷୀ ତାହାର,
ତୋ’ ପଣତ ଉପରେ ଏ ଓଡ଼ିଆ ନିର୍ଭର
ଶୁଝି ହେବନି ଏ ଜନ୍ମେ ଋଣ ତୋହର ।

ଜନ୍ମ ଜନ୍ମ ତପସ୍ୟାର ଫଳରେ
ଜନ୍ମ ମିଳେ ଏ ଉତ୍କଳ ମାଟିରେ
ଯୋଉଠି ଉତ୍କଳ ଶିରୋମଣି ଘର
ଜଗତର ନାଥ କଳା ଠାକୁରର ।

ପ୍ରଣାମ ତତେ ମୋ ଜନନୀ
ତୋ’ ସେବାରେ ଏ ଜୀବନ ଯାଉ
ଏତିକି କାମନା କରେ ତୋ’ ସନ୍ତାନ
ଗର୍ବରେ ଗାଇ ବନ୍ଦେ ଉତ୍କଳ ଜନନୀ ।

– ସୁଶ୍ରୀ ସଙ୍ଗୀତା ସେଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।