You are currently viewing କର୍ମ
Odia Poem Karma (କର୍ମ) by Ramesh Chandra Behera

କର୍ମ

ଚରିତ୍ର ସୁନ୍ଦର କାମରେ କଲେ
ସମୃଦ୍ଧି ସମ୍ଭବ ସଭିଙ୍କୁ ନେଲେ
ଧନ ଦଉଲତ ମାନ ଠିକଣା
କପଟ କୁଚିନ୍ତା ଭାରି ଯନ୍ତ୍ରଣା
କଥା ବିକା ଧନ ଦିନକୁ ସୁଖ
ସେ ଦିନ ସରିଲେ ପାଇବ ଦୁଃଖ
କର୍ମ ସ୍ୱଭାବରେ ବଢ଼ିବ ମାନ
ସୁଖରେ କଟିବ ସବୁରି ଦିନ
ଅଧିକ କହିବା ନୁହଁ ଜରୁରୀ
କେବେକେବେ ଏତ ପଡ଼ିବ ଭାରି
ସଭିଙ୍କୁ କରିଲେ ସ୍ନେହ ସମ୍ମାନ
ଭଲ ପାଇବେ ଆମ ପ୍ରିୟଜନ ।

– ରମେଶ ଚନ୍ଦ୍ର ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରମେଶ ଚନ୍ଦ୍ର ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।