You are currently viewing ସୁନା ସଂସାର
Odia Poem Suna Sansara (ସୁନା ସଂସାର) by Santanu Kumar Rout

ସୁନା ସଂସାର

ସୁନାର ସଂସାର ଗଢ଼ିବା ଯେ ଆମେ
ଦୁଇ ମନ ଏକ କରି
ଖରା, ଛାଇ ରାସ୍ତା କରିବାରେ ଏକ
ସୁଖ, ଦୁଃଖକୁ ଆଦରି….!!

ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ
ଯନ୍ତ୍ରଣା ରହିବ ଘେରି
ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା
ସାଉଁଟା ମୁକୁତା ପରି…!!

କେତେ ବାଧା ବିଘ୍ନ ଆସିବ ଜୀବନେ
ହୋଇବନି ନିରୁପାୟ
ସବୁ ସମସ୍ୟାର ସମାଧାନ ତମେ
ଉପାୟ ଦବ ସମୟ…!!

ସମ୍ପର୍କ ସୁଦୃଢ଼ ରହିବ ଆମର
ଜାଗି ରହିବ ବିଶ୍ୱାସ
ଦୁହେଁ ଦୁହିଁଙ୍କର ହାତ ଛାଡ଼ିବନି
ଥିବା ଯାଏ ଶେଷ ଶ୍ୱାସ…!!

– ଶାନ୍ତନୁ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶାନ୍ତନୁ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।