You are currently viewing ମାଗୁଣି ଏତିକି
Odia Poem Maguni Etiki (ମାଗୁଣି ଏତିକି) by Anasuya Panda

ମାଗୁଣି ଏତିକି

କେମିତି ଗୋଟେ ଅଜବ ଡର
ମନକୁ ଘାରୁଛି ବେଳେବେଳେ
କେତେବେଳେ ଭାରି ହାଲୁକା ଲାଗୁଛି
କରୋନା ଆଉ ଫେରିବନି
ଇଟାଲୀ, ଫ୍ରାନ୍ସ୍, ଆମେରିକା, ଚୀନ ପରି
ମୋ ଭାରତରେ
ଯେଉଁଠି ସାରଥି ସ୍ଵୟଂ କୃଷ୍ଣ,
ଜଗନ୍ନାଥ, କାଶୀ, ବଦ୍ରିନାଥ
ସେଠି କ’ଣ କେବେ ହାରିବ ଭାରତ?
ଯେଉଁଠି ସଂସ୍କୃତି ଗୀତା ଭାଗବତ
ବାପା ଛତ୍ରଛାୟା ମା’ର ପଣତ କାନି

ସେଠି ସବୁ ଆସି ହେବେ ପରାହତ
କଳା ପାହାଡ଼ବି କେତେ ମାତିଥିଲା
କେତେ ଆଶା ବାନ୍ଧି ସିକନ୍ଦର ଆସିଥିଲା
ସବୁ ପରାଜିତ ଉତ୍କଳ ମାଟିରେ
ଚଣ୍ଡାଶୋକ ଏଠି ଧର୍ମାଶୋକ ହୁଏ
ଏ ପାଣି ପବନ ଏ ମାଟିକୁ ଛୁଇଁ
ମହୋଦଧି କୂଳେ ଜଗନ୍ନାଥ ସ୍ଥଳେ
କେତେ କିଏ ଲୀନ ଏହି ଉତ୍କଳେ
ବିଶ୍ଵାସୀ ମନର ଏତିକି କାମନା
ଦୂର କର ପ୍ରଭୁ ଆପଣା
ଲୋକର କାତର ଯନ୍ତ୍ରଣା
ଲିଭାଅ ମନର ଭୟ ବିବଶତା
ହାତଟେକି ଡାକୁ ଦ୍ରୌପଦୀ ପରି,
କର ଉଦ୍ଧାରଣ କରୋନା ଦାଉରୁ
ଆହେ ମହାବାହୁ…

– ଅନସୂୟା ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅନସୂୟା ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।