Odia Poem Samaya (ସମୟ) by Prasanti Mohapatra

ସମୟ

ଅପରିଚିତରୁ ପରିଚିତ ହେଲେ ପରିଚିତରୁ ନିଜର, ତେବେ ପୁଣି କାଇଁ ଏତେ ବ୍ୟବଧାନ କାଇଁ ଲାଗ ପର ପର? ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ ଅନେକ ଅବୁଝା ଥିଲା, ଧୀରେଧୀରେ କରି ବୁଝୁ ବୁଝୁ କାଇଁ ବିଶ୍ୱାସ ଦୋହଲି ଗଲା? ସବୁ କଥା ସେବେ ଭଲ ଲାଗୁଥିଲା ଭଲ ଥିଲା ସେ ସମୟ, ପ୍ରିୟ ସମୟର ପ୍ରିୟ ସ୍ମୃତି ସବୁ ହୃଦୟରେ ଭରେ କୋହ !! – ପ୍ରଶାନ୍ତି ମହାପାତ୍ର ପ୍ରଶାନ୍ତି ମହାପାତ୍ରପ୍ରଶାନ୍ତି ମହାପାତ୍ର ଓଡ଼ିଆ ଭାଷାରେ…

ଅଧିକ ପଢ଼ନ୍ତୁ
Odia Poem Samparka (ସମ୍ପର୍କ) by Himanshu Bhusan Sahoo

ସମ୍ପର୍କ

କିଛି ଲୋକ ସମ୍ପର୍କକୁ ଖୁବ୍ ସହଜରେ କାଟି ଦେଉଛନ୍ତି ସମ୍ପର୍କ ଆରମ୍ଭ ବେଳେ ଖୁସି-ଉତ୍ସାହ ଆଉ ସମ୍ପର୍କ ଭାଙ୍ଗିବା ବେଳେ ଦୁଃଖ-ବିରହ ଆଉ ଏହା ମଧ୍ୟରେ ଅନେକ କାହାଣୀ ଅନେକ ଭାବନା ଅନେକ ମାନ ଅଭିମାନ ସ୍ମୃତି ସବୁକୁ ମାରି ଦେଉଛନ୍ତି ! ହିସାବ କରିପାରିବ କି କେତେ ସମ୍ପର୍କ ଭାଙ୍ଗି ସେମାନେ ନିଜକୁ ସଜାଡ଼ିଛନ୍ତି? – ହିମାଂଶ ଭୂଷଣ ସାହୁ ହିମାଂଶୁ ଭୂଷଣ ସାହୁହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା…

ଅଧିକ ପଢ଼ନ୍ତୁ
Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ ଗାଆଁର ସରଳ ଲୋକଟେ ସହରର ଭିଡ଼ରେ ଯେମିତି ହଜିଯାଏ ନିଜ ପରିଚୟ ଗଢ଼ିବାରେ ସରିଯାଏ ଯୌବନ ଅବଧି ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ କେତେ ଯେ ପ୍ରେମର ସମାଧି ଭଲ ମୁଁ ପାଉଥିଲି କେବେ, ଆଉ ପାଏନା ଅପେକ୍ଷା ଅନ୍ତହୀନ ହେଲେ ଅପେକ୍ଷା ରହେନା !!! – ମାନସ ରଞ୍ଜନ ଦାଶ ମାନସ ରଞ୍ଜନ ଦାଶମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ…

ଅଧିକ ପଢ଼ନ୍ତୁ
Odia Poem Gurunka Pain Pade (ଗୁରୁଙ୍କ ପାଇଁ ପଦେ) by Janmajaya Nayak for Teahcers' Day (Gurudibasa)

ଗୁରୁଙ୍କ ପାଇଁ ପଦେ

ଜୀବନୁ କଳୁଷ ହେବ ନାଶ, ଲଭିଣ ଗୁରୁଙ୍କ ଶୁଭାଶିଷ, ଗୁରୁ ପାଦ ପୂଜି ଭକତିରେ ଭିଜି ପାଳିବା ଆମେ ଗୁରୁଦିବସ । କୋଟି ଜୁହାର ତାଙ୍କ ଚରଣେ, ତାଙ୍କୁ ଭୁଲିବା ନାହିଁ ଜୀବନେ, ଗୁରୁ ପଦରଜ ମୁକତିର ବୀଜ ଏକଥା ଆମେ ରଖିବା ମନେ । ଗୁରୁଙ୍କର ମହିମା ଅପାର, ମହୀମଣ୍ଡଳେ ସେ ତ ଈଶ୍ୱର, ହୃଦମନ୍ଦିରେ ସେ ଅମଳିନ ଜ୍ୟୋତି ତାଙ୍କ ପାଇଁ ଜୀବନ ସୁନ୍ଦର । ମନେ ଭରିଣ ଆଶା ବିଶ୍ୱାସ, କଳୁଷତାକୁ କରନ୍ତି ନାଶ, ତାଙ୍କରି ଆକଟେ…

ଅଧିକ ପଢ଼ନ୍ତୁ
Odia Poem Guru Bandana (ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା) by Mamata Sahu

ଗୁରୁ ଦିବସ ଉପଲକ୍ଷେ ଗୁରୁ ବନ୍ଦନା

ଗୁରୁ ବ୍ରହ୍ମା ବିଷ୍ଣୁ ଗୁରୁ ମହେଶ୍ଵର ଗୁରୁ ଜ୍ଞାନର ଭଣ୍ଡାର ଗୁରୁ ପିତା ମାତା ଗୁରୁ ଯେ ଦେବତା ଗୁରୁ ସତ୍ୟ ଶିବ ସୁନ୍ଦର ॥ ଗୁରୁ ଯେ ସଂସ୍କାର ବିଶ୍ଵାସର ଧାର ଗୁରୁ ଆଲୋକ ପ୍ରଦୀପ ଅଜ୍ଞାନ ଅନ୍ଧାର କରି ଦ୍ୟନ୍ତି ଦୂର ଜାଳନ୍ତି ଉଜ୍ୱଳ ଦୀପ ॥ ଗୁରୁ ସମସ୍ୟାର ସମାଧାନ ସୂତ୍ର ଗୁରୁ ହିଁ ଆଶା ଭରସା ଗୁରୁଙ୍କ ଶ୍ରେଣୀରେ ସମସ୍ତେ ସମାନ କରନ୍ତିନି କେବେ ନିରାଶା ॥ ଶିକ୍ଷାର୍ଥୀଙ୍କ ପାଇଁ ଶୁଭ…

ଅଧିକ ପଢ଼ନ୍ତୁ