You are currently viewing ସମ୍ପର୍କ
Odia Poem Samparka (ସମ୍ପର୍କ) by Himanshu Bhusan Sahoo

ସମ୍ପର୍କ

କିଛି ଲୋକ
ସମ୍ପର୍କକୁ
ଖୁବ୍ ସହଜରେ କାଟି ଦେଉଛନ୍ତି
ସମ୍ପର୍କ ଆରମ୍ଭ ବେଳେ
ଖୁସି-ଉତ୍ସାହ ଆଉ
ସମ୍ପର୍କ ଭାଙ୍ଗିବା ବେଳେ
ଦୁଃଖ-ବିରହ
ଆଉ ଏହା ମଧ୍ୟରେ
ଅନେକ କାହାଣୀ
ଅନେକ ଭାବନା
ଅନେକ ମାନ ଅଭିମାନ
ସ୍ମୃତି ସବୁକୁ ମାରି ଦେଉଛନ୍ତି !

ହିସାବ କରିପାରିବ କି
କେତେ ସମ୍ପର୍କ ଭାଙ୍ଗି
ସେମାନେ ନିଜକୁ ସଜାଡ଼ିଛନ୍ତି?

– ହିମାଂଶ ଭୂଷଣ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହିମାଂଶୁ ଭୂଷଣ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।