You are currently viewing ଅନ୍ତହୀନ ଅପେକ୍ଷା
Odia Poem Antahina Apeksha (ଅନ୍ତହୀନ ଅପେକ୍ଷା) by Manas Ranjan Dash

ଅନ୍ତହୀନ ଅପେକ୍ଷା

ତୁମକୁ ପାଇବାର ଇଚ୍ଛା
ଅନେକ ଦାୟିତ୍ଵର ବୋଝ ତଳେ ଦବିଯାଏ
ଗାଆଁର ସରଳ ଲୋକଟେ
ସହରର ଭିଡ଼ରେ ଯେମିତି ହଜିଯାଏ

ନିଜ ପରିଚୟ ଗଢ଼ିବାରେ
ସରିଯାଏ ଯୌବନ ଅବଧି
ବୁକୁପରେ ନିଜ ହାତେ ଗଢ଼ିବାକୁ ହୁଏ
କେତେ ଯେ ପ୍ରେମର ସମାଧି

ଭଲ ମୁଁ ପାଉଥିଲି କେବେ,
ଆଉ ପାଏନା
ଅପେକ୍ଷା ଅନ୍ତହୀନ ହେଲେ
ଅପେକ୍ଷା ରହେନା !!!

– ମାନସ ରଞ୍ଜନ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।