You are currently viewing ସମୟ
Odia Poem Samaya (ସମୟ) by Prasanti Mohapatra

ସମୟ

ଅପରିଚିତରୁ ପରିଚିତ ହେଲେ
ପରିଚିତରୁ ନିଜର,
ତେବେ ପୁଣି କାଇଁ ଏତେ ବ୍ୟବଧାନ
କାଇଁ ଲାଗ ପର ପର?

ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ
ଅନେକ ଅବୁଝା ଥିଲା,
ଧୀରେ ଧୀରେ କରି ବୁଝୁ ବୁଝୁ
କାଇଁ ବିଶ୍ୱାସ ଦୋହଲି ଗଲା?

ସବୁ କଥା ସେବେ ଭଲ ଲାଗୁଥିଲା
ଭଲ ଥିଲା ସେ ସମୟ,
ପ୍ରିୟ ସମୟର ପ୍ରିୟ ସ୍ମୃତି ସବୁ
ହୃଦୟରେ ଭରେ କୋହ !!

– ପ୍ରଶାନ୍ତି ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତି ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।