You are currently viewing ଶିଶିରର ଛୁଆଁ ତୁ
Odia Poem Sishirara Chhuan Tu (ଶିଶିରର ଛୁଆଁ ତୁ) by Manas Ranjan Dash

ଶିଶିରର ଛୁଆଁ ତୁ

ଭୋର୍ ଶିଶିରର ଛୁଆଁ ତୁ
ଅସ୍ତରାଗର ରଙ୍ଗ
ତୋ’ ଢଙ୍ଗରେ ଢଳିଛି
ମୋ ଜିଇଁବାର ଢଙ୍ଗ

ତୁ ପାଖେ ଥା’ କି ନ ଥା’
ସାଥେ ଅଛୁ ମୋ’ରି
ଯୋଜନ ଯୋଜନ ବାଟ
ନିମିଷକେ ପାରି-

-କରି ଆସେ ତୋ’ର ସ୍ମୃତି
ଆସି ଛୁଏଁ ମୋର ଅଙ୍ଗ
ଭୋର୍ ଶିଶିରର ଛୁଆଁ ତୁ
ଅସ୍ତରାଗର ରଙ୍ଗ !!!

ମାନସ ରଞ୍ଜନ ଦାଶ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମାନସ ରଞ୍ଜନ ଦାଶ ପେଶାରେ ଜଣେ ସଫ୍ଟୱେର୍ ଇଞ୍ଜିନିୟର୍ ଏବଂ ନିଶା ତାଙ୍କର ସଙ୍ଗୀତରେ । ସେ ଏକାଧାରରେ ଜଣେ ଗୀତିକାର, ସଙ୍ଗୀତକାର ଏବଂ ଗାୟକ । ନବପଲ୍ଲବ ତଥା ଶୁଭପଲ୍ଲବର ଥିମ୍ ଗୀତ ମଧ୍ୟ ସେ ପ୍ରସ୍ତୁତ କରିଛନ୍ତି ।