ଝୁମୁକା
ଓଠରେ ଖଇରୀ ମାଥେ କଳାବିନ୍ଦି କାନରେ ତୋର ଝୁମୁକା ବାର ବାର ମୋର ନଜର କିଣଇ କାନରେ ତୋର ଝୁମୁକା ॥ ତୋ କଳା କେଶର ଛାଇ ତଳେ ରହି ଶୋଇବାକୁ ମୋର ମନ ହେଲେ ତୋ କେଶରେ ଛନ୍ଦିରହି ଦୋଳି ଖେଳୁଛି କାନେ ଝୁମୁକା ॥ ଦେବୀ ଉପାସନା ପାଇଁ ମନ୍ଦିରକୁ ଯିବାର ହୁଏନା ପ୍ରାୟ ହେଲେ ଦେବୀ ତୁହି ଘଣ୍ଟି ସମ ଝୁଲେ କାନରେ ତୋର ଝୁମୁକା ॥ ସିଧା ଆଖି ମୋର ମିଶେନା…

