Odia Poem Kasturi (କସ୍ତୁରୀ) by Binay Mohapatra

କସ୍ତୁରୀ

କାହାକୁ ଖୋଜୁଛୁ? ମୁଁ ଯିଏ, ତୁ ବି’ ସିଏ, କେବଳ ଫରକ୍ ଏତିକି ମୁଁ ମୋତେ ଜାଣିଛି ତୁ ତୋ’ ନିଜକୁ ଜାଣିବା ଏବେ ମଧ୍ୟ ବାକି ରହି ଅଛି । ନିଜର ସତ୍ତାକୁ ଭୁଲି, ଭ୍ରମରେ ଏ ମଣିଷ ନିଜେ ନିଜକୁ ଖୋଜୁଛି । ଅନନ୍ତ କୋଟି ବ୍ରହ୍ମାଣ୍ତ ମୁଁ ଯେ ତୋ’ ଅନ୍ତରେ ସ୍ଥାପିଛି ମୋତେ ଥରେ ନୁହେଁ କେତେ ଥର ମୁହଁ ଖୋଲି ପ୍ରମାଣ ଦେବାକୁ ପଡ଼ିଥିଲା, ତୋତେ କିନ୍ତୁ, ତୋ’ ନିଜ ପରିଚୟ ଆଜି…

ଅଧିକ ପଢ଼ନ୍ତୁ
Odia Poem Akhabaya o Ame (ଅଖାବାୟା ଓ ଆମେ) by G. Krishna Reddy

ଅଖାବାୟା ଓ ଆମେ

ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି ଜୀବନ ପଲାରେ ସବୁଜିମାର ରଙ୍ଗ ତୋଳନ୍ତି । ସେମାନେ ନିଜ ହାତରେ ବୋଉମାନଙ୍କ ନକଲ କରି ଅଖାବାୟାର ଖେଳ ରଚନ୍ତି, ବଡ଼ମାନଙ୍କୁ ଡରାଣ ଦେଖାଇ ସଜିଲ କରନ୍ତି ନିଜ ସରାଗ ଛୁଆଁରେ କଣ୍ଢେଇମାନଙ୍କୁ, ଚଳଚଞ୍ଚଳ କରାଇ…

ଅଧିକ ପଢ଼ନ୍ତୁ
Odia Poem Shramara Bhara (ଶ୍ରମର ଭାର) by Kalyani Nanda

ଶ୍ରମର ଭାର

ତା’ ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା’ ଶ୍ରମର ମୂଲ । କେବେ ଇଟା ଭାଟିର ଉତ୍ତପ୍ତ ନିଆଁ, ବାଷ୍ପିଭୂତ କରୁଥାଏ ତା’ ପ୍ରତିଟି ସ୍ୱେଦ କଣା, କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ ତା’ କମର, ସକାଳୁ ସଞ୍ଜ ଯାଏ ନିଗିଡ଼ି ପଡୁଥିବା ଝାଳ, କ୍ଲାନ୍ତ ଶ୍ରାନ୍ତ ଶରୀରକୁ କିଛିଟା ଶାନ୍ତ କରେ । ଚୁଲୀରେ ଫୁଟୁଥିବା ଭାତକୁ ଅନେଇଥିବା କ୍ଷୁଧିତ ପ୍ରାଣ, ଦିନ ତମାମର କ୍ଲାନ୍ତି କିଛି ତ ଶାନ୍ତି…

ଅଧିକ ପଢ଼ନ୍ତୁ
Odia Poem Shramika (ଶ୍ରମିକ) by Tukuna Sahu

ଶ୍ରମିକ

ଧନ୍ୟସେ ଜୀବନ ନିତ୍ୟ ଶ୍ରମଦାନେ ଅରଜଇ କୋଟି ପୁଣ୍ୟ ତଥାପି ଦୁନିଆଁ ଲାଞ୍ଛନା ଦିଅଇ ଭାବଇ ତାକୁ ନଗଣ୍ୟ । ଗଡ଼ିଉଠେ କେତେ ସୁରମ୍ୟ ପ୍ରାସାଦ କେତେ ପୁଣି ଅଟ୍ଟାଳିକା କଳକାରଖାନା ବନ୍ଦର ସହିତ ଶ୍ରମିକର ଶ୍ରମ ଯୋଖା । ପୁଷ୍କରଣୀ କୂପ ଆନିକଟ ସ୍ତୁପ ହୁଏନି ଶ୍ରମିକ ବିନା ଲୁଟିଖିଆ କିଛି ଶାନ୍ତିରେ ରୁହନ୍ତି ଖାଇଦେଇ ତାଙ୍କ ଦାନା । ଭୋକର ଜ୍ଵାଳାରେ ଅନ୍ନ ମୁଠେ ପାଇଁ ଶ୍ରମକୁ ଆଦରି ନେଇ ଗରିବ ସଢ଼ୁଛି ଦାରିଦ୍ର୍ୟର ରୋଗରେ ଉପଚାର ତା’ର…

ଅଧିକ ପଢ଼ନ୍ତୁ
Odia Poem Manima Kare Guhari (ମଣିମା କରେ ଗୁହାରି) by Sasmita Pradhan

ମଣିମା କରେ ଗୁହାରି

ତବ ପାଦ ରେଣୁ ଝରି ପଡ଼ୁ ସଦା ଅଧମ ଅକ୍ଷମ ଶିରେ ଆହେ ମହାବାହୁ କରୁଛି ଦୟିନୀ ମଣିମା ଶୁଣିବା ବାରେ ॥ ଥକି ପଡ଼ିଲିଣି ଏ ଭବ ସାଗରେ ଥଳ କୂଳ ପାଉନାହିଁ ଯେ ଡାଳ ଧରୁଛି ସେ ଡାଳ ଭାଙ୍ଗୁଛି କୃପା କର ବାରେ ସାଇଁ ॥ ଘୋର ଅରଣ୍ୟରେ ମୃଗୁଣୀ ଡାକିଲା ଉଦ୍ଧାର କରିଛ ହରି କୁରୁ ସଭା ତଳେ ବସ୍ତ୍ର ଦାନ କରି ରଖିଛ ଦ୍ରୌପଦୀ ଶିରୀ ॥ ଭକ୍ତ ପ୍ରହଲ୍ଲାଦ…

ଅଧିକ ପଢ଼ନ୍ତୁ