ଧନ୍ୟସେ ଜୀବନ ନିତ୍ୟ ଶ୍ରମଦାନେ
ଅରଜଇ କୋଟି ପୁଣ୍ୟ
ତଥାପି ଦୁନିଆଁ ଲାଞ୍ଛନା ଦିଅଇ
ଭାବଇ ତାକୁ ନଗଣ୍ୟ ।
ଗଡ଼ିଉଠେ କେତେ ସୁରମ୍ୟ ପ୍ରାସାଦ
କେତେ ପୁଣି ଅଟ୍ଟାଳିକା
କଳକାରଖାନା ବନ୍ଦର ସହିତ
ଶ୍ରମିକର ଶ୍ରମ ଯୋଖା ।
ପୁଷ୍କରଣୀ କୂପ ଆନିକଟ ସ୍ତୁପ
ହୁଏନି ଶ୍ରମିକ ବିନା
ଲୁଟିଖିଆ କିଛି ଶାନ୍ତିରେ ରୁହନ୍ତି
ଖାଇଦେଇ ତାଙ୍କ ଦାନା ।
ଭୋକର ଜ୍ଵାଳାରେ ଅନ୍ନ ମୁଠେ ପାଇଁ
ଶ୍ରମକୁ ଆଦରି ନେଇ
ଗରିବ ସଢ଼ୁଛି ଦାରିଦ୍ର୍ୟର ରୋଗରେ
ଉପଚାର ତା’ର ନାହିଁ ।
– ଟୁକୁନା ସାହୁ