You are currently viewing ଦୀପାବଳିରେ ପ୍ରେମ
Odia Poem Deepavalire Prema (ଦୀପାବଳିରେ ପ୍ରେମ) by Sunita Patel

ଦୀପାବଳିରେ ପ୍ରେମ

ଦୀପାବଳି ଦୀପର
ହାଲକା ଆଲୁଅରେ
ଝାପସା ଭାବେ
ଦେଖିଥିବା ସେଇ ହସ,
ହୃଦୟକୁ ଗଭୀର ଭାବେ
ଆଘାତ କରିଛି,
ସେଇ ହସକୁ ଭୁଲିବା
ଭାରି କଷ୍ଟ ହେଉଛି ।

ବୋଧେ ପ୍ରେମରେ
ହେଉଥିବା ମିଠା ଦରଦର
କିଛିଟା ଆଭାସ ହେଉଛି,
ତାକୁ ଦେଖି
ଲାଗିଲା ଯେମିତି
ଅମାବାସ୍ୟା ରାତିରେ ଜହ୍ନ
ଭୁଲରେ ତା’ ପାଦ
ପଦାକୁ କାଢ଼ି ଦେଇଛି ।

ମୁରୁଜ ରଙ୍ଗରେ
ତା’ ହାତ ରଙ୍ଗେଇ ଯାଇଛି
ଯେମିତି ନିର୍ମଳ ଆକାଶକୁ
ଇନ୍ଦ୍ରଧନୁ ସାତରଙ୍ଗେ
ରଙ୍ଗେଇ ଦେଇଛି ।

ସେଦିନ ସନ୍ଧ୍ୟାରେ
ମୋ ହୃଦୟକୁ
ପ୍ରେମଦୀପ ଆଲୋକିତ କରିଦେଲା,
ମୋ ମନର ଭାବନା
ଘିଅର କାମ କଲା,
ସେଦିନ ମୋ ହୃଦୟ
ପ୍ରେମ ଶିଖିଗଲା ।

– ସୁନିତା ପଟେଲ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁନିତା ପଟେଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।