Odia Poem Sapanara Nayika (ସପନର ନାୟିକା) by Subhransu Sekhar Patnaik

ସପନର ନାୟିକା

କେବେ କେମିତି ତମେ ପାରିବ ଜାଣି ରାତି କାଟୁଛି ମୁଁ ତାରା ଗଣି ଗଣି ତମ କଥା ଭାବି ଭାବି ନିଦ ହେଉନି ତମର ମୋର ଏହି ପ୍ରେମ କାହାଣୀ ତମ ପ୍ରେମରେ ପାଗଳ ମୁଁ ହେଲିଣି ଖାଇବା ପିଇବା ଭୁଲି ମୁଁ ଗଲିଣି ଏମିତି କାହିଁକି ହେଲି ମୁଁ କେଜାଣି ସାଙ୍ଗସାଥିଙ୍କ ଠାରୁ ଦୂରେଇ ମୁଁ ଗଲିଣି ସହର ସାରା ପଡ଼ିଛି ଭାଲେଣି ମୋ ପ୍ରେମର କିଏ ସେ ରାଣୀ କିଏ ମୋ ହୃଦୟକୁ ଯାଇଛି…

ଅଧିକ ପଢ଼ନ୍ତୁ
Odia Poem Mo Gaon (ମୋ ଗାଆଁ) by Susmita Bavi

ମୋ ଗାଆଁ

ଗାଁ’ଟି ମୋର କେଡ଼େ ସୁନ୍ଦର ସ୍ମୃତି ରହିଛି ମୋ ପିଲାଦିନର ଯେଉଁଠି ଥିଲେ ଗାଁ’ର କଥା ମନେ ପଡ଼େ ବାରମ୍ବାର । ମୋ ଗାଁ ପାଣି ପବନରେ ଗଢ଼ା ମୋହରି ଜୀବନ ଶୁଝି କି ପାରିବି କେବେ ମୁଁ ତା’ରି ଋଣ । ସକାଳ ହେଲେ ପୂର୍ବ ଆକାଶେ ସୂର୍ଯ୍ୟ ଉଇଁଥାଏ ଜାତି ଜାତିକା ଫୁଲ ମହକରେ ଗାଁ ମୋର ମହକୁ ଥାଏ । ଚାଳ ଉପରେ କାଉର ରାବ ଗାଁ ମଝିରେ କୁକୁଡ଼ା ଡାକ ଲାଗଇ…

ଅଧିକ ପଢ଼ନ୍ତୁ
Odia Poem Byatita Barsa (ବ୍ୟତୀତ ବର୍ଷ) by Dibyashree Biswabandya Jena

ବ୍ୟତୀତ ବର୍ଷ

ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ ଅନ୍ତ ଆଉ ଏକ ବର୍ଷର । ବିତି ଯାଇଥିବା ପ୍ରତି ଏକ କ୍ଷଣ ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ । କିଛି ଆଶା କିଛି ନିରାଶାର କ୍ଷଣ କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ । କେବେ ଖୁସିର ଜୁଆର କେବେ ଦୁଃଖର ସାଗର । ସମୟ ଯୋଡ଼ିଦେଲା କାହା ସଂସାର ସମୟ ସ୍ରୋତରେ ଉଜୁଡିଲା କା’ ସଂସାର । କେବେ ଶୂନ୍ୟ କେବେ ପୂର୍ଣ୍ଣ ବିତିଗଲା ଦିନ ପରେ…

ଅଧିକ ପଢ଼ନ୍ତୁ
Odia Poem Bichitrabarna (ବିଚିତ୍ରବର୍ଣ୍ଣା) by Basanta Kumar Pradhan

ବିଚିତ୍ରବର୍ଣ୍ଣା

ସରଳ ରେଖାଟେ ଅଟଇ ଯେ ନାରୀ ଉଭୟ ଦିଗକୁ ସେ ଗତିଶୀଳ, ଦେଖାଇ ପାରେ ସେ ସରଗପୁର ଆଉ କେବେ ପୁଣି ନରକ ଦ୍ୱାର । କରତ ପରି ଉଭୟ କ୍ରିୟାରେ ଦେଖାଇ ପାରେ ସେ କର୍ମକୁଶଳ ନଦୀ ପରି ସେହି ଚଳ ଚଞ୍ଚଳ ରହିଅଛି ତା’ର ଦୁଇଟି କୂଳ । ପ୍ରକୃତିକୁ ତା’ର କିଏ ବା ଜାଣିବ ନାରାୟଣକୁ ଯେ ଅଗୋଚର, ଜଳ ପରି ସେହି ସବୁ ଅବସ୍ଥାରେ ବ୍ୟାପ୍ତ ହୋଇଛି ଏ ଚରାଚର ।…

ଅଧିକ ପଢ଼ନ୍ତୁ
Odia Poem Nijaku Pareni Mani (ନିଜକୁ ପାରେନି ମାନି) by Prafulla Kumar Tripathy

ନିଜକୁ ପାରେନି ମାନି

ମନେ ଉପୁଜାଇ ଡର ଅକାରଣେ ବାସ୍ତବତାକୁ ଭୁଲି ସ୍ୱାନୁଭୂତିକୁ ବିଶ୍ୱାସ ନ କରି ଯିଏ ଯାଉଥାଏ ଚଳି ଜୀବନ ତା’ ପାଇଁ ତୁଚ୍ଛ ଘଟନା ସ୍ୱେଚ୍ଛାର ନାହିଁ ସ୍ଥାନ ଜିଇଁବା ନାଆଁରେ ସର୍ବଦା ସ୍ୱାଗତ କରେ ଇଚ୍ଛାର ମରଣ ନିଜକୁ ସଂଦେହ କରିବା ଅଭ୍ୟାସ ଯୋଗୁଁ ହୁଏ ପରାଶ୍ରିତ ବଳ, ବେଳ କରିଚାଲେ ଅପବ୍ୟୟ ହୁଏନି କାଳାନୁଗତ ବହୁବିଧ ମତ, ତତ୍ତ୍ୱର ଧାରକ ହୋଇଯାଏ ତା’ର ମଥା ସୁଖ ବଦଳରେ ଅକାରଣେ ପାଏ ଅହେତୁକ ଭାବେ ବ୍ୟଥା…

ଅଧିକ ପଢ଼ନ୍ତୁ