You are currently viewing ସପନର ନାୟିକା
Odia Poem Sapanara Nayika (ସପନର ନାୟିକା) by Subhransu Sekhar Patnaik

ସପନର ନାୟିକା

କେବେ କେମିତି ତମେ ପାରିବ ଜାଣି
ରାତି କାଟୁଛି ମୁଁ ତାରା ଗଣି ଗଣି
ତମ କଥା ଭାବି ଭାବି ନିଦ ହେଉନି
ତମର ମୋର ଏହି ପ୍ରେମ କାହାଣୀ

ତମ ପ୍ରେମରେ ପାଗଳ ମୁଁ ହେଲିଣି
ଖାଇବା ପିଇବା ଭୁଲି ମୁଁ ଗଲିଣି
ଏମିତି କାହିଁକି ହେଲି ମୁଁ କେଜାଣି
ସାଙ୍ଗସାଥିଙ୍କ ଠାରୁ ଦୂରେଇ ମୁଁ ଗଲିଣି

ସହର ସାରା ପଡ଼ିଛି ଭାଲେଣି
ମୋ ପ୍ରେମର କିଏ ସେ ରାଣୀ
କିଏ ମୋ ହୃଦୟକୁ ଯାଇଛି ଜିଣି
ପ୍ରେମିକାରୁ କେବେ ହେବ ଘରଣୀ

ଆମ ପ୍ରେମର ପରଦା ଦେବା ଟାଣି
ଦିନେ ଓଢ଼ଣା ହେବ ତମ ଓଢ଼ଣୀ
ତମ ମଥାରେ ସିନ୍ଦୂର ଗାର ଟାଣି
ତମେ ହେବ ମୋର ଅର୍ଦ୍ଧାଙ୍ଗିନୀ

– ଶୁଭ୍ରାଂଶୁ ଶେଖର ପଟନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।