You are currently viewing ବ୍ୟତୀତ ବର୍ଷ
Odia Poem Byatita Barsa (ବ୍ୟତୀତ ବର୍ଷ) by Dibyashree Biswabandya Jena

ବ୍ୟତୀତ ବର୍ଷ

ବ୍ୟତୀତ ତିନିଶ’ ପଞ୍ଚଷଠି ଦିବସ
ଅନ୍ତ ଆଉ ଏକ ବର୍ଷର ।

ବିତି ଯାଇଥିବା ପ୍ରତି ଏକ କ୍ଷଣ
ସ୍ମରଣ କରାଇଲା କ୍ଷଣ କ୍ଷଣଠୁ ଆନ ।

କିଛି ଆଶା କିଛି ନିରାଶାର କ୍ଷଣ
କିଛି ବିଶ୍ୱାସ ଆଉ ଅବିଶ୍ୱାସର କ୍ଷଣ ।

କେବେ ଖୁସିର ଜୁଆର
କେବେ ଦୁଃଖର ସାଗର ।

ସମୟ ଯୋଡ଼ିଦେଲା କାହା ସଂସାର
ସମୟ ସ୍ରୋତରେ ଉଜୁଡିଲା କା’ ସଂସାର ।

କେବେ ଶୂନ୍ୟ କେବେ ପୂର୍ଣ୍ଣ
ବିତିଗଲା ଦିନ ପରେ ଦିନ ।

ପୁରୁଣା ହେଲା ଆଉ ଏକ ବର୍ଷ
ଆଣିବାକୁ ନୂଆ ଏକ ବର୍ଷ ।

– ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଜଣେ ଇଞ୍ଜିନିୟର୍, ମାତ୍ର ନିଶା ତାଙ୍କ ନୂଆ ନୂଆ ଭାଷା ଶିଖିବା ଓ ଜଣେ ଲେଖିକା ଭାବରେ ଭାଷାକୁ ଆଗକୁ ନେବା । ସେ ଓଡ଼ିଆ ଭାଷାରେ ବିଭନ୍ନ ଗପ, କବିତା, ପ୍ରବନ୍ଧ ଆଦି ରଚନା କରିଥାନ୍ତି ।