ଶକୁନି
ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ, ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ । ନୁହେଁ ସେ ଆତତାୟୀ ହୃଦୟ ବିଦାରୀ, ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ । ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା, ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା । ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା, ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା । ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା, ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା । ଚଞ୍ଚଳ ଶକୁନି ନେଇ ଦୃଢ଼ ପଣ, ସ୍ୱଚିନ୍ତେ ଉପାୟ କୁରୁକ୍ଷେତ୍ରେ…

