Odia Poem E Ki Abichara (ଏ କି ଅବିଚାର) by Alekh Meher

ଏ କି ଅବିଚାର

ପରଖିବା ସୀମା ଲଙ୍ଘନର ପରେ ଘୃଣା ଲାଗଇ ତମକୁ, ଶରଣ ରଖିନ ଫୋପାଡ଼ିଲ ଦୂରେ ଭରସା ଅବା କାହାକୁ । ବରମୁଡ଼ା କୋଣ ଜଳ ଭଉଁରୀରେ ହରାଇ ହୃଦୟ ହାର, ମୋହ ମାୟା ପୂର୍ଣ୍ଣ ଭବ ଶୟଳରେ ବଞ୍ଚିବାର ନାହିଁ ମୋର । ବୃଜିନ ଦୁର୍ନୀତି ଅସତ୍ୟ ବାସରେ ଐରେୟ ସାଜେ ପ୍ରହରୀ, ସତ୍ୟ ପଥ ଧରି କର୍ମ ଆଦରିଲେ ଦୁର୍ଦ୍ଦିନ ମାରଇ ଘେରି । ଭିଦୁର-ବଚନ ଉଚ୍ଚାରିଲେ ମୁଖେ ଚଉବର୍ଗ ଫଳପ୍ରାପ୍ତି, ପେଶଳେ ସୁମିଷ୍ଟ ବଚ ବଲଗିଲେ ପେଟରେ ପଶଇ…

ଅଧିକ ପଢ଼ନ୍ତୁ
Odia Poem Ama Ghara (ଆମ ଘର) by Susmita Bavi

ଆମ ଘର

ଆମ ଘର ଅଟେ ଏକ ମନ୍ଦିର, ବାପା ମାଆ ଆମ ପାଇଁ ଜୀବନ୍ତ ଠାକୁର ॥ ଭାଇ ଭଉଣୀ ଆମେ ଅଟୁ ଦୁଇଜଣ, ବାପା ମାଆଙ୍କର ସବୁବେଳେ ଜିଣିଥାଉ ମନ ॥ ତାଙ୍କ ପାଖରେ କରୁ କେତେ ଅଳି ଅଝଟ, ସେମାନେ କରନ୍ତି ଆମକୁ ସବୁବେଳେ ଆକଟ ॥ ଛୋଟରୁ ବଡ଼ ଆମକୁ ସେ ଗଢ଼ି ତୋଳିଲେ, ସବୁବେଳେ ହାତଧରି ଆମକୁ ଚାଲି ଶିଖାଇଲେ ॥ ତାଙ୍କ ଗାଳି ଆମ ପାଇଁ ଅଟେ ଆଶୀର୍ବାଦ, ତାଙ୍କ ଆଶୀର୍ବାଦ…

ଅଧିକ ପଢ଼ନ୍ତୁ
Odia Poem Abapata (ଅବପାତ) by Sangram Moharana

ଅବପାତ

ହେ ବର୍ଷା ! କେତେବେଳେ ତୁମେ ଶାନ୍ତ ନିରବ ଶବ୍ଦରେ ମନର କୋହ ଆଉ କେତେବେଳେ ବଜ୍ର ବତାସରେ ଆଖିର ଲୁହ ॥ ହେ ବର୍ଷା ! ଅବାସ୍ତବକୁ ବାସ୍ତବ କରି ଦେଖେଇଥିଲ କେତେ ସ୍ୱପ୍ନ ତୋଳି ଆଣିବାକୁ ଇଚ୍ଛା କରିଥିଲ ସେ ପରୀ ରାଇଜର ଜହ୍ନ ॥ ହେ ବର୍ଷା ! କେତେ ଚିତ୍ର ପୁଣି ଅନ୍ଧାର ଭିତରେ ପ୍ରତିଛବି କରି ଆଙ୍କୁଥିଲ ଭାବନା ରାଇଜ ରଙ୍ଗ ସବୁ ଆଣି ମନ ଇଲାକାରେ ଢାଳୁଥିଲ ॥ ହେ ବର୍ଷା ! ସବୁଜ…

ଅଧିକ ପଢ଼ନ୍ତୁ
Odia Story Gachha (ଗଛ) by Sudhanshu Dwibedy

ଗଛ

“ଆରେ ମାନୁ ସେ ଗଛ କାହିଁକି କାଟୁଛୁ?” ୭୦ ବର୍ଷର ବୃଦ୍ଧ ଆଦିକନ୍ଦ ତାଙ୍କ ପୁଅକୁ ପଚାରୁଥାନ୍ତି । “ଗଛଟା ତ ଏତେ ବୁଢ଼ା ହୋଇଗଲାଣି ତାକୁ ରଖି ଲାଭ କ’ଣ?” ମାନୁ ଗଛପ୍ରତି ଉପେକ୍ଷା କରି କହୁଥାଏ । “ହେଲେ ଏଇ ଆମ୍ୱ ଗଛ ଆମର କେତେ ପିଢ଼ିକୁ ଫଳ ଦେଇଛି । ତା’ ପତ୍ର କେତେ କେତେ ପୂଜା ପାର୍ବଣରେ ଲାଗିଛି । ତା’ ଡାଳରେ କେତେ ପକ୍ଷୀ ବସା କରି ରହିଛନ୍ତି । ତା’ର ଏତେ ଉପକାର ସତ୍ତ୍ୱେ ବି…

ଅଧିକ ପଢ଼ନ୍ତୁ
Odia Bhajan Srusti Raksha Kara (ସୃଷ୍ଟି ରକ୍ଷାକର) by Puspanjali Panda

ସୃଷ୍ଟି ରକ୍ଷାକର

ସତେକିବା ଏହା ପ୍ରାରବ୍ଧ କଷଣ ଭୂତାଣୁର ଭୟ ! ଆହେ ନାରାୟଣ ଆଶା ପାଲଟିଛି ନିରାଶା ଗଣ୍ଠିଲି କେମିତି ଧରିବୁ ଦୁଇ ହାତ ଖାଲି ॥ ଜୀବ ଧାରଣର ସମସ୍ତ ସୋପାନ ନୀରବରେ ଦେଖେ ଦାରୁଣ ମରଣ ଆଖି ପତା ତଳ ଏରୁଣ୍ଡି ବନ୍ଧରୁ ତତଲା ଲୁହର ନିଆଁ ଉହ୍ମେଇରୁ ॥ ଧୂଆଁ ଧୂଆଁ ଦିଶେ ଜୀବନ କିତାବ ସତେ କିବାସବୁ ଶେଷ ହୋଇଯିବ ପରୀକ୍ଷାର ଦିନ ସରୁନାହିଁ ଜମା ସମୟର ଗତି ସତେକି ବା ଧିମା ॥…

ଅଧିକ ପଢ଼ନ୍ତୁ