You are currently viewing ମଦୁଆ କାହାଣୀ
Odia Poem Madua Kahani (ମଦୁଆ କାହାଣୀ) by Arjun Das

ମଦୁଆ କାହାଣୀ

ନାଲି ପାଣି ଟିକେ ତୁଣ୍ଡରେ ବାଜିଲେ
ଭୁଲେ ସେ ସାରା ଦୁନିଆ ।
ଦିନରେ ପୁଣି ସେ ଦେଖେଇ ଦିଅଇ
କେତେ ଜହ୍ନତାରା ମାନିଆ ॥

ଠିକଣାଟା ତା’ର ନିର୍ଦ୍ଧିଷ୍ଟ ନୁହଁଇ ।
କେତେବେଳେ ନର୍ଦ୍ଦମାରେ ।
କେତେବେଳେ ପୁଣି କୁକୁର ସାଥିରେ
ପଡ଼ିଥାଏ ମଝି ରାସ୍ତାରେ ॥

ଭାବୁଥାଏ ମୁହିଁ ରଜା ଏ ଦେଶର
ସଭିଏଁ ମୋହର ପ୍ରଜା ।
ମୋ କଥା ଟିକିଏ ନ ଶୁଣିଲେ କେହି
ବଜେଇ ଦେବି ମୁଁ ବାଜା ॥

ଫୁଟାଣି କଥାକୁ ଗପ ମାରୁଥାଏ
ମୁଣ୍ଡରେ ମାରିକି ପାନିଆ ।
ଗୋଡ ପଡ଼ୁଥାଏ ଏପଟ ସେପଟ
ପାରୁନାହିଁ ହୋଇ ସେ ଠିଆ ॥

– ଅର୍ଜୁନ ଦାସ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ଜୁନ ଦାସ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।