ସତେକିବା ଏହା ପ୍ରାରବ୍ଧ କଷଣ
ଭୂତାଣୁର ଭୟ ! ଆହେ ନାରାୟଣ
ଆଶା ପାଲଟିଛି ନିରାଶା ଗଣ୍ଠିଲି
କେମିତି ଧରିବୁ ଦୁଇ ହାତ ଖାଲି ॥
ଜୀବ ଧାରଣର ସମସ୍ତ ସୋପାନ
ନୀରବରେ ଦେଖେ ଦାରୁଣ ମରଣ
ଆଖି ପତା ତଳ ଏରୁଣ୍ଡି ବନ୍ଧରୁ
ତତଲା ଲୁହର ନିଆଁ ଉହ୍ମେଇରୁ ॥
ଧୂଆଁ ଧୂଆଁ ଦିଶେ ଜୀବନ କିତାବ
ସତେ କିବାସବୁ ଶେଷ ହୋଇଯିବ
ପରୀକ୍ଷାର ଦିନ ସରୁନାହିଁ ଜମା
ସମୟର ଗତି ସତେକି ବା ଧିମା ॥
ଜଗତ ଜନଙ୍କ ଦୁଃଖ ଦୂରକର
ମଣିଷ ବଇରୀ, କୀଟ ନାଶ କର
ଭରି ଦିଅ ତବ ଶୁଭାଶିଷ ପ୍ରଭୂ
ଭୂତାଣୁ ଭୟରେ କେମିତି ବଞ୍ଚିବୁ ॥
ମରଣ ଦେଉଛ ଶରଣ ତ ଦିଅ
ତୁମ ସୃଷ୍ଟି ରକ୍ଷାକର ପ୍ରେମମୟ ॥
– ପୁଷ୍ପାଞ୍ଜଳି ପଣ୍ଡା