You are currently viewing ଆମ ଘର
Odia Poem Ama Ghara (ଆମ ଘର) by Susmita Bavi

ଆମ ଘର

ଆମ ଘର ଅଟେ ଏକ ମନ୍ଦିର,
ବାପା ମାଆ ଆମ ପାଇଁ ଜୀବନ୍ତ ଠାକୁର ॥

ଭାଇ ଭଉଣୀ ଆମେ ଅଟୁ ଦୁଇଜଣ,
ବାପା ମାଆଙ୍କର ସବୁବେଳେ ଜିଣିଥାଉ ମନ ॥

ତାଙ୍କ ପାଖରେ କରୁ କେତେ ଅଳି ଅଝଟ,
ସେମାନେ କରନ୍ତି ଆମକୁ ସବୁବେଳେ ଆକଟ ॥

ଛୋଟରୁ ବଡ଼ ଆମକୁ ସେ ଗଢ଼ି ତୋଳିଲେ,
ସବୁବେଳେ ହାତଧରି ଆମକୁ ଚାଲି ଶିଖାଇଲେ ॥

ତାଙ୍କ ଗାଳି ଆମ ପାଇଁ ଅଟେ ଆଶୀର୍ବାଦ,
ତାଙ୍କ ଆଶୀର୍ବାଦ ଥିଲେ ଆମେ ଲଭିବୁ ବଡ଼ ପଦ ॥

ମାଗିବା ଆଗରୁ ଆମକୁ ସବୁ ଦିଅନ୍ତି,
ଭୋକ ଲାଗିବା ଆଗରୁ ଖୁଆଇ ଦିଅନ୍ତି,
ବାପା ମାଆ ସିଏ ପରା ଆମର ଅଟନ୍ତି ॥

ସେମାନେ ଥିଲେ ଦୁହେଁ ଆମରି ପାଖରେ,
ହାରିବୁ ନାହିଁ ଆମେ କେବେ ଏହି ଦୁନିଆରେ ॥

ସବୁ ଦେଇ ପୁଣି ସେମାନେ କିଛି ନ ମାଗନ୍ତି,
ନ ମାଗିବା ଆଗରୁ ଇଚ୍ଛା ପୂରଣ କରନ୍ତି ॥

ଯେତେ ଦୋଷ କଲେ କରନ୍ତି କ୍ଷମା,
ରାଗନ୍ତି ନାହିଁ କେବେ ଆମ ଉପରେ ଜମା ॥

ଜୀବନ୍ତ ଠାକୁର ସେ ଆମର ଅଟନ୍ତି,
ଆମ ଖୁସି ପାଇଁ ସେମାନେ ସବୁ କରୁଥାନ୍ତି ॥

ସବୁ ଦେଲା ପରେ ସେ ମାଗନ୍ତି ନିଆଁ,
ଯେବେ ଛାଡ଼ି ଯାଆନ୍ତି ଏ ସାରା ଦୁନିଆ ॥

ତାଙ୍କର ଋଣ କେବେ ଆମେ ସୁଝି କି ପାରିବୁ,
ସବୁବେଳେ ତାଙ୍କ ପାଖରେ ଋଣୀ ହୋଇ ରହିବୁ ॥

କୋଟି କୋଟି ପ୍ରଣାମ ତୁମ ଚରଣରେ,
ତୁମ ଆଶୀର୍ବାଦ ରହି ଥାଉ ସଦା ଆମରି ଉପରେ ॥

– ସୁସ୍ମିତା ବାଭୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁସ୍ମିତା ବାଭୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।