Odia Story Mun Kahinki Anutapta (ମୁଁ କାହିଁକି ଅନୁତପ୍ତ) by Narendra Prasad Behera

ମୁଁ କାହିଁକି ଅନୁତପ୍ତ?

ମଣିଷ ଏକ ସାମାଜିକ ପ୍ରାଣୀ । ସେ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେଇଥାଏ । ଛୋଟ ହେଉ କିବା ବଡ଼, ବୃଦ୍ଧ ହେଉ କି ବୃଦ୍ଧା । ସମାଜରେ ଚଳିବାକୁ ହେଲେ ପରଆପଣାର ନଭାବି ମେଲିଦେଇଥାଏ ସ୍ନେହ ମମତାର ପସରା । ହେଲେ ଏହି ସ୍ନେହ ମମତାର ବନ୍ଧନରେ ନିଜକୁ ହଜାଇ ଦେଇ ଅନ୍ଧ ଭାବେ ବିଶ୍ୱାସ କରିଚାଲେ କାହିଁ କେଉଁ ଜିଲ୍ଲାର ପରୀକୁ । ଶେଷରେ କରେ ଅନୁତାପ । ଅଜଣା, ଅପରିଚିତ, ଅଦେଖା ପରୀ ଯେ ଦିନେ ମନ ମଧ୍ୟରେ ଭରିଦେବ ଦୁଃଖ…

ଅଧିକ ପଢ଼ନ୍ତୁ
Odia Poem Path Padhi Jimi Muin (ପାଠ୍ ପଢ଼ି ଯିମିଁ ମୁଇଁ) by Satyanarayan Padhan

ପାଠ୍ ପଢ଼ି ଯିମିଁ ମୁଇଁ

ନାଇଁଯାଏଁ ଆରୁ ମୁଇଁ ଦାଦନ୍ ଖଟି କାମ୍ ନାଇଁକରେଁ କାର୍ ଇଟାଭାଟି ସଜେଇ ଦେ ମାଁ ତୁଇ, ଇସ୍କୁଲେ ନେଇ ଛାଡ଼ି ଆଇବୁ ଚାଲ୍ ପାଠ୍ ପଢ଼ି ଯିମିଁ ମୁଇଁ ।୧। ସାହୁକାର୍ ପିଟେ ତେଁତେଲ୍ ବାଡ଼ି ଦିହିଁଗୁଟା ଲୁଲାହ୍ ଯାଉଛେ ପଡ଼ି ଆହା ପଦେ କହେ ନାଇଁ, ଦୁଇ ଅକ୍ଷର୍ ଶିକ୍ଷି ବୁଧିଫନ୍ଦା କରମି ପାଠ୍ ପଢ଼ି ଯିମିଁ ମୁଇଁ ।୨। ଗରିବ୍ ଛୁଆକୁ, ସରକାର୍ ଜାନିଁ ଯୁଗେଇ ଦେଉଛେ ବହି-ବସ୍ତାନି କିଛି ଘିନା ପଡ଼େ ନାଇଁ, ଭାତ୍…

ଅଧିକ ପଢ଼ନ୍ତୁ
Odia Story Chhaya (ଛାୟା) by Deepak Sarangi

ଛାୟା

ଅଜୟର ବନ୍ଧୁ ସହଦେବ ତାକୁ ବହୁତଥର ଡାକିଛି ଯେ ଥରେ ଏଇ ସହରୀ ଜୀବନଯାପନ ଛାଡ଼ି କିଛି ଦିନ ଶିମିଳିପାଳ ଜଙ୍ଗଲ ଆଡ଼େ ବୁଲି ଆସିବାକୁ, କିନ୍ତୁ ଅଜୟ ପାଖରେ ଏସବୁ ପାଇଁ ସମୟ ନ ଥିଲା । ବ୍ୟାଙ୍କ୍ ଚାକିରୀର ବ୍ୟସ୍ତତା ଆଉ ଲେଖାଲେଖିରୁ ଫୁରସତ୍ ମିଳିଲେ ତ କୁଆଡ଼େ ଯିବ ! ସହଦେବ ତା’ର ପିଲା ଦିନର ବନ୍ଧୁ । ଏକା ସ୍କୁଲ ଓ କଲେଜରୁ ପାଠ ପଢ଼ା ସରିବା ପରେ ସେ ଷ୍ଟେଟ୍ ବ୍ୟାଙ୍କରେ ଯୋଗ ଦିଏ…

ଅଧିକ ପଢ଼ନ୍ତୁ
Odia Poem Nari (ନାରୀ) by Anasuya Panda

ନାରୀ

ନାରୀ ଭିତରର ଯନ୍ତ୍ରଣାକୁ ପଢ଼ିଛ କି କେହି? କେବେ ତା’ ମନର ସିନ୍ଦୁକରେ ଲୁଚେଇଥିବା ଇଚ୍ଛାକୁ କେହି ଖୋଜନ୍ତିନି, ତା’ ଇଚ୍ଛାର ଚାରିପାଖରେ ଲକ୍ଷ୍ମଣରେଖା ସେ ଡେଇଁଲେ ଅନେକ କୁତ୍ସାରଟନା ତା’ ଭାବିବାରେ ଅଙ୍କୁଶ ସେ ଭାବିଲେ ବି ଅଶୌଚ ହେଇଯାଏ ସମଗ୍ର ସଂସ୍କୃତି । ନାରୀ ତା’ ପରିସୀମାର ପରିସରରେ ଶ୍ଵାସରୁଦ୍ଧ ନିର୍ବାକ ଚରିତ୍ର ସେ ବାସ୍ତବ ଜୀବନ ଜିଇଁବାରୁ ଉପେକ୍ଷିତ ଅଭିନୟରେ ଅଭିନୟରେ ତା’ ଜୀବନ ଜିଇଁବାରେ ଅଭ୍ୟସ୍ତ ନାରୀ ଜଳେ ଖୁବ୍ ଭିତରେ ଭିତରେ…

ଅଧିକ ପଢ଼ନ୍ତୁ
Chakuli: Eka Mitha Abhimana (ଚକୁଳି... ଏକ ମିଠା ଅଭିମାନ) by Dr. Nilima Priyadarsini Mishra

ଚକୁଳି… ଏକ ମିଠା ଅଭିମାନ

ଛୋଟବେଳୁ ଚକୁଳି ପିଠା ସହ ଅଲଗା ସୂତାରେ ବନ୍ଧା ଥିଲା ସୁନୁ ଆଉ ସୁମିର ଛୋଟ ହୃଦୟ । ବଡ଼ ପରିବାର ବୋଲି ବୋଉ ଯେତେ ବିରି ଚାଉଳ ବତୁରେଇଲେ ବି ସମସ୍ତଙ୍କୁ ଯେ ଚକୁଳି ଅଣ୍ଟିବ ସେମିତି କେବେ ହୋଇନି । ଶେଷରେ ବୋଉ ଅଳ୍ପ ଅଟା ଆଉ ସୁଜି ଗୋଳେଇଦିଏ ଆଣରେ । ଆଉ ସେଇ ଚକୁଳିକୁ ବିକଳ ହୋଇ ଭାଗ ବସେଇବା ପାଇଁ ଚାହିଁ ରହିଥାନ୍ତି ଏଇ କୁନି କୁନି ଭାଇ ଭଉଣୀ ଦି’ଜଣ । ସୁମି ବୟସରେ…

ଅଧିକ ପଢ଼ନ୍ତୁ