You are currently viewing ଗରବେ କହିବା ଆମେ ସ୍ୱାଧୀନ
Odia Poem Garabe Kahiba Ame Swadhina (ଗରବେ କହିବା ଆମେ ସ୍ୱାଧୀନ) by Janmajaya Nayak

ଗରବେ କହିବା ଆମେ ସ୍ୱାଧୀନ

ପରାଧୀନତାର ସିକୁଳି ଛିଡ଼ିଲା
ମୁକତି ପାଇଲୁ ଆମେ,
ସ୍ୱାଧୀନତାର ମହୁ ଚାଖି ସରବେ
ଭିଜିଗଲେ ଦେଶପ୍ରେମେ ।

କେତେ ଶୋଷଣ ଦୁର୍ନୀତି କଷଣ
ସହିଲେ ଆମ ଜନତା,
ଶେଷରେ ବିଦେଶୀ ଗୋରା ସରକାର
ନଇଁଲେ ତାଙ୍କରି ମଥା ।

କେତେ ବୀର ପୁଣି ଶହୀଦ ହୋଇଲେ
ଦେଶପାଇଁ ଦେଲେ ପ୍ରାଣ,
ଫିରିଙ୍ଗି ଶାସକ ଦେଶ ଛାଡ଼ିଗଲେ
ଆମେ ହେଲୁ ତ ସ୍ୱାଧୀନ ।

ଯାହାଙ୍କର ତ୍ୟାଗ ବଳିଦାନ ପାଇଁ
ହୋଇଛେ ସ୍ୱାଧୀନ ଆଜି,
ସେମାନଙ୍କୁ ଦେବା ଭକ୍ତି ଶ୍ରଦ୍ଧାଞ୍ଜଳି
ତାଙ୍କରି ସ୍ମୃତିରେ ଭିଜି ।

ଆଜିର ଜାତୀୟ ଦିବସେ ଗରବେ
କହିବା ଆମେ ସ୍ୱାଧୀନ,
ଜାତୀୟ ଧ୍ୱଜା ଉଡ଼ୁଛି ଫରଫର
କରିବା ତାକୁ ସମ୍ମାନ ।

ମନେ ପଡ଼ିଗଲେ ସେ ପୁରୁଣାଦିନ
ହୃଦେ ଜାଗେ କେତେ କୋହ,
ଗାଇବା ଜାତୀୟ ସଙ୍ଗୀତ ସଭିଏଁ
ସୁର ଲୟ ତାଳ ସହ ।

– ଜନ୍ମଜୟ ନାୟକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜନ୍ମଜୟ ନାୟକ ପେଶାରେ ଜଣେ ସରକାରୀ ଶିକ୍ଷକ, କିନ୍ତୁ ନିଶା ତାଙ୍କର ଗପ ଓ କବିତା ଲେଖିବା । ପୁରୀ ଜିଲ୍ଲାର ଚିଲିକା ନୋଡାଲ ହାଇସ୍କୁଲରେ କାର୍ଯ୍ୟରତ ଥିବା ଏହି ଶିକ୍ଷକଙ୍କର ଗପଗୁଡ଼ିକ ଅନେକ ପତ୍ରିକପତ୍ରିକାରେ ସ୍ଥାନିତ ହୋଇଛି ।