You are currently viewing ଆମେ ତ ସ୍ୱାଧୀନ
Odia Poem Ame ta Swadhina (ଆମେ ତ ସ୍ୱାଧୀନ) by Rekshiram Meher

ଆମେ ତ ସ୍ୱାଧୀନ

ପରାଧୀନ ଥିଲା ଭାରତ ଆମ
ଗୋରା ସରକାର ଇଂରେଜ ହାତେ,
ଆଣିଲେ ସ୍ୱାଧୀନତା କ୍ରାନ୍ତିକାରୀ
ଜୀବନ ଉତ୍ସର୍ଗ କରିଣ ଯେତେ ।୧।

ଝାଂସିରାଣୀ ଲକ୍ଷ୍ମୀ ବାଇ, ଗାନ୍ଧୀଜି
ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସେ,
ଭାଗତ ସିଂହ ଓ ତାତିଆ ଟୋପେ
ବାଜି ରାଉତ, ସୁରେନ୍ଦ୍ର ସାହେ ସେ ।୨।

ଆଣିଲେ ସ୍ୱାଧୀନ ଆମ ପାଇଁ ସେ
ଦେଶର ସୁରକ୍ଷା ଆମରି ହାତେ,
ଦେଶ ଆଗେଇନେବାକୁ ଦେଲେ ସେ
ସମର୍ପିଣ ଦେଶ ଆମରି ହାତେ ।୩।

ଆମେ ତ ସ୍ୱାଧୀନ ଭାରତବାସୀ
ଆମରି ନାଆର ଆମେ ନାଉରୀ,
ରଖୁବୁ ଆମେ ହେ ଦେଶର ଟେକ
ସ୍ୱଦେଶ ଦ୍ରବ୍ୟ ବ୍ୟବହାର କରି ।୪।

ବିଦେଶୀ ଦ୍ରବ୍ୟ ବହିଷ୍କାର କରି
ଦେଶର ଆର୍ଥିକ ସୁଧାରୀ ନେବା
ଉତ୍ପାଦନ କରି ଦେଶର ଦ୍ରବ୍ୟ
ଦେଶ ବିଦେଶ ବିକ୍ରୟ କରିବା ।୫।

ଆତ୍ମ ନିର୍ଭରଶୀଳ ହୋଇ ଆମେ
ଦେଶର ଉନ୍ନତିକୁ ଆଗେଇ ନେବା,
ଦେଶର ଉନ୍ନତିରେ ଆମର ଉନ୍ନତି
ଦେଶ ଉନ୍ନତିର କାମ କରିବା ।୬।

ସ୍ୱାଧୀନ ଭାରତର ଇତିହାସ
ନିଜ ଦେଶ ଜାତି ପାଇଁ ରଚିବା,
ବିଦେଶୀ ପରମ୍ପରା ପରିତ୍ୟାଗି
ସ୍ୱଦେଶୀ ପରମ୍ପରା ମନି ନେବା ।୭।

ଗଢ଼ି ଉଠିଲାଣି ଦେଶରେ କେତେ
ଭାରତରେ ନୂଆ ଆର୍ଥିକ ପନ୍ଥା,
ଦେଶ ଉନ୍ନତି ପାଇଁ ବୈଜ୍ଞାନିକ
କେତେ ଆମର ଭିଡିଲେଣି ଅଣ୍ଟା ।୮।

ଆମେ ସ୍ୱାଧୀନ ଭାରତର ଯୋଦ୍ଧା
ନବ ଚେତନାର ଯୁବ ପ୍ରତିଭା ।
ଆମ ସ୍ୱଦେଶୀ ପନ୍ଥା ଆପଣେଇ
ବଢ଼ାଇ ଦେବା ଭାରତର ଶୋଭା ।୯।

– ରୀକ୍ଷିରାମ ମେହେର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୀକ୍ଷିରାମ ମେହେର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।