You are currently viewing ପୃଥିବୀ
Odia Poem Purithibi (ପୃଥିବୀ) by Sanatan Mahakud

ପୃଥିବୀ

ପୃଥିବୀ ସେ
ଧରିପାରେ ଯେ ପିଠିରେ
ସମଗ୍ର ସୃଷ୍ଟିକୁ
ସେଥିପାଇଁ ନାମ ତା’ ଧରଣୀ
ସହିପାରେ ସବୁକିଛି
ଧର୍ଯ୍ୟଶୀଳା ପୁଣି ସେ ବସୁମତୀ ।
ଆବୋରିଛି ତା କୋଳରେ
କୀଟଠାରୁ ଗଛଯାଏ ।
ପାହାଡ଼ ପର୍ବତ ନର ପଶୁ ବିହଙ୍ଗମ ଯେତେ
ସବୁ ତା’ ସନ୍ତାନ ।
ହସି ହସି ସହିଯାଏ, ନ ହୋଇ ଅଥୟ
ଆମ ଉପକାରେ
ପ୍ରଦୂଷଣ ଶଦ୍ଦ ଜଳ ମାଟି ପବନ ଆଦିର ।
ଯାହା ନାହିଁ ଏଇଠାରେ
ମିଳିବନି ଚନ୍ଦ୍ର ଆଉ ମଙ୍ଗଳ ଗ୍ରହରେ
ବଞ୍ଚିବାକୁ ଏକ ହିଁ ଉପାୟ
ଗଛ ଲଗାଇ ସବୁଜତା ଆଣ
ପୃଥିବୀ ବଞ୍ଚାଅ ।

– ସନାତନ ମହାକୁଡ଼

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।