ସୃଷ୍ଟିର ବୈଚିତ୍ର୍ୟ
ଘୂର୍ଣ୍ଣାୟମାନ ପୃଥିବୀ କେଉଁଏକ ଅଦୃଶ୍ୟ ଅକ୍ଷ ଚାରିକଡ଼େ ପୁଳାଏ ଆତ୍ମଗର୍ବେ ବିଚରା ମେରୁଦଣ୍ଡୀ ମାନବ ନଇଁପଡ଼େ ଭୂମି ସ୍ପର୍ଶ ମାତ୍ରେ ଆସ୍ଥାବାଦୀ ଶିଶୁ ଚିରାଢ଼ି କୁଆଁଡାକ ଦିଏ ବାର୍ଦ୍ଧକ୍ୟରେ ସ୍ୱାଭିମାନୀ ପିତାଟିଏ ବାଧ୍ୟରେ ସ୍ୱାବଲମ୍ୱୀ ହୁଏ । ଜୀବନ ଆଗେ ମରଣ, ଛୁଟିଲେ ମାଟିଘଟ ହୁଏ ପଞ୍ଚଭୂତେ ଲୀନ ପ୍ରାପ୍ତି ସଫଳତାର ମାରାଥନରେ ନିର୍ଲିପ୍ତ ଆଜି ରାତି ଦିନ ବିଶ୍ୱାସ ଶବ୍ଦ ଉଚାରଣେ ଜଡ଼ ପଥରକୁ ମଣେ ଭଗବାନ ବିସ୍ମୃତ ପ୍ରାୟ ଦିବ୍ୟଜ୍ଞାନ, ଉପେକ୍ଷିତ ଜନନୀ କରେ ରୋଦନ ।…

