You are currently viewing ସଂଗ୍ରାମୀ ଖୁଦୀରାମ
Odai Poem on Sangrami Khudiram (ସଂଗ୍ରାମୀ ଖୁଦୀରାମ) by Dinabandhu Bej

ସଂଗ୍ରାମୀ ଖୁଦୀରାମ

ଦେଶ ମାତୃକାର ଶୃଙ୍ଖଳ ଦେଖି
ଲୋତକ ବହିଲା ଝରଝର,
କିଏ ନରାଧାମ ମୋ’ରି ଦେଶକୁ
ଶୋଷଣେ କରିଛି ଛାରଖାର ।

କିଶୋର କଣ୍ଠରୁ ଝଙ୍କୃତ ହେଲା
ଭାରତ ମାତାର ଜୟ ଗାନ,
ଦେଶମାତୃକା ଦୀର୍ଘଜୀବି ସହ
ଦେଶ ରହିବ ହୋଇ ମହାନ ।

ମୋ ଦେଶର ଆମେ ବଡ଼ଭକ୍ତ
ଦେଶ ମାତୃକାର ଆମେ ପୂଜକ,
ଶତ୍ରୁ ଦମନ ସମୂଳେ କରିବୁ
ଯୁଗେଯୁଗେ ଥିବ ଦେଶଟେକ ।

ହୃଦରେ ଭରିଛୁ ଦେଶ ପ୍ରେମ
ମାତୃଭୂମି ପ୍ରତି ସମର୍ପଣ ଭାବ,
ରହିଛି ରହିବ ଯୁଗ ଯୁଗ ଧରି
କହୁଅଛି ବୋଷ ଖୁଦୀ ରାମ ।

ଶୁଣଶୁଣ ପ୍ରେମୀ ଦେଇ ମନକର୍ଣ୍ଣ
ଗୁଲାମଠୁ ବେମାର ବେଶି ଭଲ,
ଲୁଣଖିଆ ଗୁଣ ଅନ୍ତରରୁ ବୁଝ
ମାତୃଭୂମି ଋଣ କଢ଼ାଗଣ୍ଡା ମୂଲ ।

– ଦୀନବଂଧୁ ବେଜ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦିନବନ୍ଧୁ ବେଜ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।