You are currently viewing ପ୍ରେମ ଅପ୍ଟିକସ୍
Odia Poem Prema Optics (ପ୍ରେମ ଅପ୍ଟିକସ୍) by Chittaranjan Barik

ପ୍ରେମ ଅପ୍ଟିକସ୍

ପ୍ରେମ ଅପ୍ଟିକସ୍‌ରେ ତୋ’ ପ୍ରେମ
ଠିକ୍ ଆଲୋକର ରଶ୍ମି ପରି,
ଅନନ୍ତ ଦୂରରେ ଥିଲେ ବି ତୁ କେନ୍ଦ୍ରିତ ହୋଇଥାଉ
ଏକ ବାସ୍ତବ ପ୍ରତିବିମ୍ବ ପରି,
ଫୋକୋସ୍‌ରେ, ଅବତଳ ମନ-ଦର୍ପଣରେ ।

ନିକଟତର ହୋଇ ତୁ ଅସିଯାଉ ଯେବେ
ମୋ ହୃଦ ବ୍ୟାସାର୍ଦ୍ଧ ମଧ୍ୟକୁ,
ସୃଷ୍ଟି ହୁଏ ତୋ’ ଛଳନା ବୋଳା ପ୍ରତିବିମ୍ବ
ମୋ ହୃଦୟର ପଛକୁ,
ତୁ ହାରିଯାଉ, ଅବାସ୍ତବ ଓ ଆଭାସୀ ରଙ୍ଗରେ ।

ସବୁ ଭୁଲି ଯେବେ ପ୍ରତିଶୃତ କରିବାକୁ ଯାଏ
ତୋ’ ଛଳନାବୋଳା ରଶ୍ମିକୁ,
ଟି.ଆଇ.ଆର୍ ଭଳି ବାଧା ଦିଏ ମୋ ଆନ୍ତ୍ରିକ ଯନ୍ତ୍ରଣା
କାରଣ,
ଅତିକ୍ରମୀ ଯାଇଥାଏ ତୋ ରଶ୍ମି ସମସ୍ତ କୋଣକୁ,
ପ୍ରତିସରଣ ପରି, ହୃଦୟର ଘନ ମାଧ୍ୟମରେ ।

– ଚିତ୍ତରଞ୍ଜନ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଚିତ୍ତରଂଜନ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।