You are currently viewing ପ୍ରେମ ମୋର ଶଶ୍ମାନ ତୁଳସୀ
Odia Poem Prema Mora Smasana Tulasi (ପ୍ରେମ ମୋର ଶଶ୍ମାନ ତୁଳସୀ) by Sukumar Panda

ପ୍ରେମ ମୋର ଶଶ୍ମାନ ତୁଳସୀ

ମନ ମୋହର ଶଶ୍ମାନର କଣ୍ଟକିତ ନୀରବତା
ହୃଦୟର ଗଭୀରତା ଉପରେ ଜଳୁଛି ଚିତା ॥

ଆଶା ମୋର ମଳିନ ପଡ଼ିଛି ବିକ୍ଷିପ୍ତ ହୋଇ
ଅନୁଭବ ମୋର ପାଉଁଶ ହୋଇଯାଇଛି ପବନରେ ମିଳେଇ ॥

ସ୍ମୃତି ଆଉ ଆତ୍ମିୟତାର ବିକଟାଳ ରଡ଼ି
ବୁକୁଫଟା ବିଳାପର ଭାଙ୍ଗୁଥାଏ ଲହଡ଼ି ॥

କିନ୍ତୁ ପ୍ରେମ ମୋର ଏକ ଶଶ୍ମାନର ତୁଳସୀ
ଅସ୍ଥିର ପବନରେ ଯାଏ ବାସ ତା’ର ମିଶି ॥

ଶଶ୍ମାନର ଶୂନ୍ୟତା ପୂର୍ଣ ଆଗରେ
ତୁଳସୀ ପତ୍ରର କରୁଣ୍ୟ କାହାଣୀ କଥା ଆଉ କିଏ ପଚାରେ ॥

ମନ ତା’ର ଅଛି ହେଲେ ପ୍ରେମ ତା’ର ନାହିଁ
ତାକୁ ଜାଗା ଦେଲାଭଳି ଘରଟିଏ କାଇଁ ॥

କାଉଁ ବ୍ୟକ୍ତି ବୁଝିବ ମନକୁ ତା’ର
ସାଉଁଟି ନେଇ ସାଇତିବ ଅନ୍ତରେ ନିଜର ॥

ମନକୁ ବିକୁଛି ମୁଁ ଯେ ଜହ୍ନର ମୂଲ
ତଥାପି ପ୍ରେମ ମୋର ହୁଏ କଲବଲ ॥

କାହିଁକିନା ପ୍ରେମ ମୋର ଶଶ୍ମାନ ତୁଳସୀ
ଅପେକ୍ଷାରେ ଝୁରେ ବସି ପ୍ରତି ଦିବାନିଶି ॥

– ସୁକୁମାର ପଣ୍ଡା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁକୁମାର ପଣ୍ଡା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।