You are currently viewing ମୋ ଝିଅ
Odia Poem Mo Jhia (ମୋ ଝିଅ) by Arpita Mishra

ମୋ ଝିଅ

ଅସରନ୍ତି ଆଶାର ପାରବାରକୁ
ଏକମାତ୍ର ସେତୁଟିଏ ସେ,
ମୋ ଜୀବନର ପ୍ରଚ୍ଛଦପଟ୍ଟରେ
ନିର୍ମଳ, ନୀରିହ, ନିର୍ବିକାର ଛବିଟିଏ ସେ ।

ହୃଦୟର କୋଣ ଅନୁକୋଣରେ
ଅନୁକମ୍ପାର ମୂର୍ତ୍ତିଟିଏ ସେ,
ଅନାବିଳ ସ୍ନେହର ଗନ୍ତାଘର
ଅଦ୍ୱିତୀୟ ଶକ୍ତିଟିଏ ସେ ।

ମୋ ଧନ ଓ ସମ୍ପତ୍ତି ମଧ୍ୟେ
ବହୁମୂଲ୍ୟ ରତ୍ନଟିଏ ସେ,
ଅନ୍ତରଙ୍ଗ ସାଥୀ ଓ ଜୀବନର ଆଧାର
ଆନନ୍ଦର ସ୍ରୋତଟିଏ ସେ ।

– ଅର୍ପିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅର୍ପିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।