Odia Poem Manisha Janama (ମଣିଷ ଜନମ) by Biswanath Kinkar Rout

ମଣିଷ ଜନମ

ପାଇଛନ୍ତି ଆମେ ମଣିଷ ଜନମ, ଏତେ କ୍ରୋଧ କିଆଁ କର, ନିଜେ ବଳିୟାର କରିତ୍‌କର୍ମା ବୋଲି, ନିଜକୁ କର ବିଚାର ॥ ଏତେ ଅଭିମାନ କର କାହିଁ ପାଇଁ, ଅଯୋଗ୍ୟ କେହି ତ ନୁହେଁ, ବର ହେଉ ଅବା ହେଉ ଅଭିଶାପ, କର୍ମ ଅନୁସାରେ ପାଏ ॥ ନିଜେ ରାମ, କୃଷ୍ଣ ଅମର ନୁହନ୍ତି, ଅମରତ୍ୱ କିଏ ଦେବ, ନିଜ ଅଭିନୟ ସାରି ଧରା ଧାମେ, ତାଙ୍କ ପାଶେ ବାହୁଡ଼ିବ ॥ – ବିଶ୍ୱନାଥ କିଙ୍କର ରାଉତ

ଅଧିକ ପଢ଼ନ୍ତୁ
Odia Poem Atita Abhula Smruti (ଅତୀତ ଅଭୁଲା ସ୍ମୃତି) by Sasmita Prdhan

ଅତୀତ ଅଭୁଲା ସ୍ମୃତି

ଜହ୍ନ ବି ଜାଣିଛି କଇଁ ମନକଥା ଜହ୍ନ କଥା ଜାଣେ କଇଁ ଆସୁ ପଛେ ଝଡ଼ ସୁନାମୀ ଜୁଆର ଅଲଗା ହୋଇବେ ନାହିଁ ॥ ବଦଳି ଯାଇନି କିଛି ସମୟଟା ଯାହା ଅଣଲେଉଟାଣି ଅତୀତ ଅଭୁଲା ସ୍ମୃତି ॥ – ସସ୍ମିତା ପ୍ରଧାନ

ଅଧିକ ପଢ଼ନ୍ତୁ
Odia Poem Jibana Sathi (ଜୀବନ ସାଥି) by Sanatan Mahakud

ଜୀବନ ସାଥି

ତୁ କହିବୁ ମୁଁ ଶୁଣିବି ମୁଁ କହିବି ତୁ ଶୁଣିବୁ ଏମିତି ହେବ ଆମ କଥୋପକଥନ । ତୁ ଚାଲିବୁ ଆଗେ ମୁଁ ଚାଲିବି ପଛେ ଚାଲିବା ଆମେ ଅସରନ୍ତି ପଥ ଜୀବନର ଚଲାପଥେ । ନଥିବ ହିଂସା ନଥିବ ଦ୍ଵନ୍ଦ ଥିବ ଖାଲି ପ୍ରେମ ଥିବ ବୁଝାବଣା ଏଇ ତ ଜୀବନ । – ସନାତନ ମହାକୁଡ

ଅଧିକ ପଢ଼ନ୍ତୁ
Odia Poem Kachare Bandhei Luha (କାଚରେ ବନ୍ଧେଇ ଲୁହ) by Monalisa Priyadarsini

କାଚରେ ବନ୍ଧେଇ ଲୁହ

ପଢ଼ିଛ କି କେବେ ମୃତ୍ୟୁର ଚିଠି କାଚ ବୋତଲର ଜଉମୁଦେ କେବେ ଭାସୁଥାଏ ଜୁଆର ଭିତରେ କେବେ ପଡ଼ିଥାଏ ବାଲିକୁଦେ । ଭଙ୍ଗା ଜାହାଜର ଟୁକୁଡ଼ା ଭିତରେ ଅଧାମରା କେହି ଜଣେ କେବେଠୁ ପଡ଼ିଛି ନିଶବ୍ଦ ସେ ଦ୍ଵୀପେ ତା’ ଧିମା ନିଃଶ୍ୱାସ ହିଁ ଜାଣେ । କାଗଜରେ କିଛି ପଦ ଲେଖିଦେଇ ମନକୁ ମନ ସେ ଭାବେ ଚିଠିଟା ତ କେହି ନିଶ୍ଚେ ପାଇଥିବ ମତେ ନେବାକୁ ଆସିବେ ଏବେ । ଦେଖିଲେ ବି କେହି ଖୋଲି ପଢ଼ିବେନି ପଢ଼ିଲେ…

ଅଧିକ ପଢ଼ନ୍ତୁ
Biography of Odia Actor Biraj Dash (ଅନନ୍ୟ କାହାଣୀକାର ତଥା ଅଭିନେତା ବିରାଜ ଦାଶ)

ଅନନ୍ୟ କାହାଣୀକାର ତଥା ଅଭିନେତା ବିରାଜ ଦାଶ

ବିରାଜ ଦାଶ (Biraj Dash) ଜଣେ ଓଡ଼ିଆ ଅଭିନେତା ଓ କାହାଣୀକାର ଥିଲେ ଯିଏକି ଓଡ଼ିଆ ନାଟକ, ରେଡିଓ ନାଟକ, ଧାରାବାହିକ, ଟେଲିଫିଲ୍ମ ଏବଂ କଥାଚିତ୍ର ଆଦିରେ ଅଭିନୟ କରୁଥିଲେ । ସେ କିଛି ହିନ୍ଦୀ ଧାରାବାହିକ ଓ ବଙ୍ଗଳା କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ସେ ମଞ୍ଚ ନାଟକରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଆକାଶବାଣୀ ଓ ଦୂରଦର୍ଶନରେ କାମ କରିଥିଲେ । ୧୯୫୯ ମସିହାର ଜୁନ ମାସ ୧୫ ତାରିଖରେ…

ଅଧିକ ପଢ଼ନ୍ତୁ