Download Now 38th Edition of Shubhapallaba

୩୮ଶ ସଂସ୍କରଣ

୨୦୨୨ ମସିହାର ମଇ ମାସରେ ଶୁଭପଲ୍ଲବର ୩୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୯ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୧୧ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Odia Poem Khaiba Chala (ଖାଇବା ଚାଲ) by Sambit Dalai

ଖାଇବା ଚାଲ

ପେଡ଼ା ଗୋଲ ଗୋଲ, ଚାଲ ଯିବା ଚଣ୍ଡିଖୋଲ । ଭୁଜା ଯଦି ପ୍ରିୟ ତୁମର, ଚାଲ ଯିବା ବାଲେଶ୍ଵର । ଖାଇବୁ କି ଛେନାପୋଡ଼, ଚାଲୁନୁ ଯିବା ନୟାଗଡ଼ । ଖଜା ଖାଇବୁ ମନ ଭରି, ଚାଲ ମାଡ଼ିଯିବା ପୁରୀ । ଖାଇବୁ ଇଡିଲି ସମ୍ବର, ବେଗି ଚାଲ ତୁ ବ୍ରହ୍ମପୁର । ସରସତିଆ ଭାରି ଜବର, ନନି ଯିବୁ କି ସମ୍ବଲପୁର । କଟକ କଥା ତ ନିଆରା, ସବୁରି ପ୍ରିୟ ଦହିବରା । ପାଳୁଅ ଲଡୁ ମିଠାରେ ଏକକ, ଚାଲ ଯିବା ମାଲିକେ ଭଦ୍ରକ ।…

ଅଧିକ ପଢ଼ନ୍ତୁ
Odia Story Sabitri Brata (ସାବିତ୍ରୀ ବ୍ରତ) by Rajesh Kumar Barik

ସାବିତ୍ରୀ ବ୍ରତ

ସକାଳୁ ସକାଳୁ ଭୁବନେଶ୍ୱରର ଏକ ନମ୍ୱର ମାର୍କେଟ୍‌ଟା ଖଚାଖଚ୍ ଭିଡ଼ରେ ଭରି ରହିଥାଏ । ଦୋକାନୀ ସବୁ ଜୋର୍‌ଜୋର୍‌ରେ ଚିଲାଇ ଚିଲାଇ ଡାକ ଛାଡ଼ୁଥାନ୍ତି, “ନେଇଯାଅ ଭାଇ ଆମ୍ୱ କିଲକୁ ୧୦୦ ନେଇଯାଅ ଭାଇ ତାଜା ତାଜା କାଶ୍ମିରୀ ଆମ୍ୱ… ପଣଷ ଗୋଟା ଦୁଇଶହ… ସଜତୋଳା ଗୋଟା ପଣଷ… ହାତକୁ ଅଠା ପାଟିକୁ ମିଠା ନେଇଯାଅ ଭାଇ ନେଇ ଯାଅ… ଭାଇ ।” ହୋ ହାଲ୍ଲା ଶବ୍ଦରେ କାନ ଫାଟି ପଡ଼ୁଥାଏ । ଲୋକମାନେ ବି ସବୁ ଯିଏ ଯେମିତି ହାତରେ ବଡ଼…

ଅଧିକ ପଢ଼ନ୍ତୁ
Odia Poem Jubakrantira Masal (ଯୁବକ୍ରାନ୍ତିର ମଶାଲ) by Dinabandhu Bej

ଯୁବକ୍ରାନ୍ତିର ମଶାଲ

ଯୁବକ୍ରାନ୍ତିର ମଶାଲ ସଂସ୍କୃତି ପରମ୍ପରାର ଠିକଣା, ଦିଗନ୍ତ ପ୍ରସାରୀ ଡେଣା ପ୍ରାଚ୍ୟରୁ ପାଶ୍ଚାତ୍ୟକୁ କଲ ଉଡ଼ାଣ । ଧର୍ମ ଧାରଣର ଉର୍ଦ୍ଧ୍ୱରେ ବିଶ୍ଵବାସୀଙ୍କୁ କରାଇ ସ୍ମରଣ ଅନୁଭବ କରାଇଲ ହିନ୍ଦୁତ୍ଵର ଗଭୀରତା ଓ ଗାଢ଼ତା ଧର୍ମ ସଂସ୍ଥାପନର ଖମ୍ବ ମଜବୁତ କରାଇଲ ସ୍ୱାମୀ ବିବେକାନନ୍ଦ । ଯୁବକ୍ରାନ୍ତି କଲ ବିଶ୍ଵ ଆଧ୍ୟାତ୍ମକୁ ମହାକୁମ୍ଭ ମଧ୍ୟରେ ସୂର୍ଯ୍ୟସ୍ନାନ, ହେ ଯୁବ ପ୍ରତିଭାର ଆଦ୍ୟ ପ୍ରଣମ୍ୟ ଜାତୀୟ ଯୁବ ଦିବସରେ ତୁମ୍ଭକୁ କରୁଛି ଶତକୋଟି ନମନ । – ଦୀନବଂଧୁ ବେଜ

ଅଧିକ ପଢ଼ନ୍ତୁ
Odia Poem Manisa (ମଣିଷ) by Sujata Dash

ମଣିଷ

ମଣିଷ ଭାବେ ସେ ସବୁଠୁ ଚାଲାକ ସବୁକିଛି କରିବା ଉପଭୋଗ ବ୍ୟବହାର କରିବ ମୂଲ୍ୟବାନ ଦ୍ରବ୍ୟ ବିଳାସମୟ ଆସବାସ ସବୁଠୁ ଗୁରୁତ୍ଵପୂର୍ଣ୍ଣ ବ୍ୟବହାର କରିବ ମଣିଷ ଜୀବନ ଏମିତି କରିବ ବ୍ୟବହାର ପାରିଶ୍ରମିକଠୁ ବେଶୀ କରେଇବ ଯେଉଁଦିନ କାମ ସରିଯିବ ଫୋପାଡ଼ିଦେବ ଯେମିତି ପୁରୁଣା ଲୁଗା ପୁରୁଣା ମୋବାଇଲ କି ପୁରୁଣା ବହି ବ୍ୟବହାର କରିବା ମଣିଷ ଜୀବନ ତା’ର ବୁଦ୍ଧି, ଶିକ୍ଷା ଓ କାର୍ଯ୍ୟଦକ୍ଷତା ଯାହା ଆଦେଶ ଦେବ ପାଳନ କରିବା ଅକ୍ଷରେ ଅକ୍ଷରେ ଯେତେ…

ଅଧିକ ପଢ଼ନ୍ତୁ