You are currently viewing ଖାଇବା ଚାଲ
Odia Poem Khaiba Chala (ଖାଇବା ଚାଲ) by Sambit Dalai

ଖାଇବା ଚାଲ

ପେଡ଼ା ଗୋଲ ଗୋଲ,
ଚାଲ ଯିବା ଚଣ୍ଡିଖୋଲ ।
ଭୁଜା ଯଦି ପ୍ରିୟ ତୁମର,
ଚାଲ ଯିବା ବାଲେଶ୍ଵର ।
ଖାଇବୁ କି ଛେନାପୋଡ଼,
ଚାଲୁନୁ ଯିବା ନୟାଗଡ଼ ।
ଖଜା ଖାଇବୁ ମନ ଭରି,
ଚାଲ ମାଡ଼ିଯିବା ପୁରୀ ।
ଖାଇବୁ ଇଡିଲି ସମ୍ବର,
ବେଗି ଚାଲ ତୁ ବ୍ରହ୍ମପୁର ।
ସରସତିଆ ଭାରି ଜବର,
ନନି ଯିବୁ କି ସମ୍ବଲପୁର ।
କଟକ କଥା ତ ନିଆରା,
ସବୁରି ପ୍ରିୟ ଦହିବରା ।
ପାଳୁଅ ଲଡୁ ମିଠାରେ ଏକକ,
ଚାଲ ଯିବା ମାଲିକେ ଭଦ୍ରକ ।
ଆଗକୁ ମାଡ଼ିଯିବା ଗଦି ବଜାର,
ଛେନା ମୁଡୁକି ସବୁଠୁ ପ୍ରିୟ ମୋର ।

– ସମ୍ବିତ ଦଳାଇ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସମ୍ବିତ ଦଳାଇ ପେଶାରେ ଚାକିରିଆ ଆଉ ନିଶା ତାଙ୍କର କବିତା ଲେଖିବା । ତାଙ୍କ ରଚିତ ଛୋଟଛୋଟ ଏକପଦୀ ଓ କ୍ଷୁଦ୍ର କବିତାଗୁଡ଼ିକୁ ଟୁଇଟର୍‌ରେ ଅଧିକାଂଶ ଲୋକ ପସନ୍ଦ କରିବା ସହିତ ଆହୁରି ଲେଖିବାକୁ ପ୍ରୋତ୍ସାହିତ କରନ୍ତି ।