ଗୋଟିଏ ଦିନର ରାଜା
୧୦/୧୨ ବର୍ଷର ପିଲାଟିଏ, ଗୋଟେ ଛୋଟ ହୋଟେଲରେ କାମ କରେ । ତା’ର କ’ଣ ମନ ହେଲା ଯେ ସେ ଗୋଟେ ଦିନ ଛୁଟି ନେଲା… ସେଦିନ ସକାଳୁ ଦୋକାନରୁ ଗୋଟେ ୨ ଟଙ୍କିଆ ସାମ୍ପୁ କିଣି ଭଲକରି ଗାଧୋଇଲା । ପୂର୍ବ ଦିନରୁ ଆଇରନ୍ କରି ରଖିଥିବା ତା’ର ମାତ୍ର ଗୋଟେ ହଳ ପ୍ୟାଣ୍ଟସାର୍ଟ ପିନ୍ଧିଲା । ପକେଟରେ ଦରମା ଟଙ୍କା ତକ ରଖି ବୁଲିବାକୁ ବାହାରିଲା । ପାର୍କ ବୁଲିଲା, ବଜାର ବୁଲିଲା, ସିନେମା ଦେଖିଲା, ପପକର୍ଣ୍ଣ ଖାଇଲା, କୋଲ୍ଡ୍…
ଆଶା
ଆଜି ଦୁଃଖର ମହାସମୁଦ୍ର ଅଛି ଡରିବାର ତୁମକୁ ତ ଜମା ବି ନାହିଁ ସୁଖକୁ ଆଣିବା ତୁମ ହାତରେ ଅଛି ପଛକୁ ଫେରିବାର ଜମା ବି ନାହିଁ ଆଜି ରାତି ଅଛି ଅନ୍ଧକାର କାଲି ସକାଳ ନିଶ୍ଚୟ ଆସିବ ଆଜି ବାଟ ଅଛି ବହୁ ଦୂର ସେ ଖରାରେ ଛାଇ ନିଶ୍ଚୟ ମିଳିବ ଆଜି କର୍ମରେ ସବୁ ଖୁଣ ଅଛି କାଲିକୁ ସବୁ ନିଖୁଣ କରିବ ଆଜି ଆଖି ଓଦା ଅଛି କାଲି ଓଠରେ ହସ ଭରିବ…
ଶାଶୁ ମାଆ
ବାସର ରାତିର ପରଠାରୁ ରାତ୍ରୀ ତା’ ଶାଶୁକୁ ହାଡ଼େ ହାଡ଼େ ଚିହ୍ନିଦେଇଛି । ପ୍ରେମ ବିବାହରେ ଅସନ୍ତୁଷ୍ଟ ଶାଶୁ; ପୁତ୍ରବଧୂର ଭୋର ୪ଟାରେ ନ ଉଠି ଅଳସ ଭାଙ୍ଗି ୫ଟା ବେଳକୁ ଉଠିବା ଅସହ୍ୟ ବୋଲି କଥାରେ ନକହି ସକାଳେ ଗୁରୁଗୁରୁ ହୋଇ ମୁହଁ ଝିଙ୍ଗାସି ବିନା ଚପଲରେ ଦୁଆର ମୁହଁ ଖରକିବା ବେଳେ ମୁଣ୍ଡି ପହଁରାର ପଛପଟ କିଳା ଖୋଷାକୁ ନୂଆ ଶିଳପୁଆରେ ପିଟିବା ଥିଲା ହୁଏତ ଶାଶୁପଣିଆ । ସହରର ହାୱାରେ ବାଜି ବଡ଼ ହୋଇଥିବା ରାତ୍ରୀ…
ମୋ ବାପା
ମ୍ୟାଟ୍ରିକ୍ ରେଜାଲ୍ଟ ବାହାରିବାର ଥାଏ, ହାତରେ ମୋବାଇଲ୍ଟାକୁ ଧରି ଏକାକୀ ପୋଲ ଉପରେ ବସିଥାଏ ରାଜୁ । ମନରେ ଥାଏ ଅନେକ ବିତୃଷ୍ଣାର ସମ୍ଭାବନା… କାହିଁକି ନା ବାପା ଭାରି ରାଗି, ପରୀକ୍ଷାର ରେଜାଲ୍ଟ ଖରାପ ହେଲେ ବହୁତ ଗାଳି କରିବେ, ବହୁତ ମାଡ଼ ମାରିବେ । ଖାସ୍ ସେଇଥିପାଇଁ ତ ସେ ଆଜି ଡିଉଟି ନ ଯାଇ ଘରେ ବସିଛନ୍ତି । ତାଙ୍କର ବିବେକ ବୋଲି କିଛି ନାହିଁ, ଯେତେବେଳେ ଦେଖିବେ ଯାହା ସହ ଦେଖିବେ ସବୁବେଳେ ଗାଳି କରିବେ ।…

