You are currently viewing ଜଗାର ରଥଯାତ
Odia Poem Jagara Rathajata (ଜଗାର ରଥଯାତ) by Jangyash Kumar Rout

ଜଗାର ରଥଯାତ

ବଡ଼ ଠାକୁର ଗୋ ବଡ଼ ଦିଅଁ ତୁମେ ରଥଯାତ ତୁମ ବଡ଼ ।
ବଡ଼ ବଡ଼ ଆଖି ଦେଖିବାକୁ ଧାଇଁ ଆସନ୍ତି ଭକ୍ତ ସମୁଦ୍ର ॥

ବରଷକେ ଥରେ ମିଳୁଛି ସୁଯୋଗ ଜଗା ରଥ ଭିଡ଼ିବାକୁ ।
କୋଟିଏ ଜନ୍ମର ପାପ ହେବ କ୍ଷୟ ଦେଖି ଜଗା ନୟନକୁ ॥

ସୂର୍ଯ୍ୟ ଚନ୍ଦ୍ର ଆଖି ତୋ’ରରେ କାଳିଆ ଦେଖୁଛୁ ସଂସାର ଲୀଳା l
କରି କରାଉଥାଉ ତୁହି ଜଗା ସବୁ ପରା ତୋରି ମାୟା ॥

ରଥଯାତ ଏକ ବାହାନା କେବଳ ଆହେ ରାଜରାଜେସ୍ଵର ।
ଭକ୍ତଙ୍କ ମେଳରେ କରିବାକୁ ଯାତ ଅଜସ୍ର ଖୁସି ତୁମର ॥

ମା’ କମଳାଙ୍କୁ କରି ଏକା ତୁମେ କେମିତି ଆସୁଛ ଏକା l
କପଟିଆ ତୁମେ ଭାବର ଠାକୁର ତୁମେ ହର୍ତ୍ତା କର୍ତ୍ତା ॥

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।