You are currently viewing ଜୀବନ ସାଥି
Odia Poem Jibana Sathi (ଜୀବନ ସାଥି) by Sanatan Mahakud

ଜୀବନ ସାଥି

ତୁ କହିବୁ
ମୁଁ ଶୁଣିବି
ମୁଁ କହିବି
ତୁ ଶୁଣିବୁ
ଏମିତି ହେବ ଆମ
କଥୋପକଥନ ।

ତୁ ଚାଲିବୁ ଆଗେ
ମୁଁ ଚାଲିବି ପଛେ
ଚାଲିବା ଆମେ
ଅସରନ୍ତି ପଥ
ଜୀବନର ଚଲାପଥେ ।

ନଥିବ ହିଂସା
ନଥିବ ଦ୍ଵନ୍ଦ
ଥିବ ଖାଲି ପ୍ରେମ
ଥିବ ବୁଝାବଣା
ଏଇ ତ ଜୀବନ ।

– ସନାତନ ମହାକୁଡ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସନାତନ ମହାକୁଡ଼ ପେଶାରେ ଜଣେ ଯୋଗ ଶିକ୍ଷକ । ସେ ଓଡ଼ିଆ ସାହିତ୍ୟରେ ସ୍ନାତକୋତ୍ତର କରିବା ସହିତ ଯୋଗଶାସ୍ତ୍ରରେ ସ୍ନାତକ କରିଛନ୍ତି । ଯୋଗ ଶିକ୍ଷା ସହିତ ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।