Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ… ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା… ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ ଚାପି ହୋଇ ନିସ୍ତବ୍ଧ ପଡ଼ିଛି ହିକ୍କା, ଦୁଆରେ ଶବ୍ଦ ! ଥରୁଛି କଲିଜା… ପ୍ରତୀକ୍ଷା ! ସେ ଯେ ରୋଦନ, ଝାଉଁଳି ଯାଇଥିବା ଚେହେରାରେ, ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର… ବିଶ୍ୱାସରେ ଶୀତଳ ପଡ଼ିଥିବା,…

ଅଧିକ ପଢ଼ନ୍ତୁ
Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda

ଓଁ ନମଃ ଶିବାୟଃ

ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ! ଓଁ ନମଃ ଶିବାୟଃ ! – ଅକାଳ କୁଷ୍ମାଣ୍ଡ

ଅଧିକ ପଢ଼ନ୍ତୁ
Odia Story Media (ମିଡିଆ) by Rojalin Beehra

ମିଡିଆ

ସେଦିନ କିଛି ଏନଜିଓ ବାଲା ଗୋଟିଏ ନିମନ୍ତ୍ରଣ ପତ୍ର ନେଇ ନିଉଜ ଚ୍ୟାନେଲ ଅଫିସରେ ପହଞ୍ଚିଲେ… ଏନଜିଓ ବାଲା: ସାର, ଆମେ “ଅସହାୟର ବନ୍ଧୁ” ସାମାଜିକ ସଂଗଠନରୁ ଆସିଥିଲୁ । ଚ୍ୟାନେଲ ହେଡ଼: ଆଜ୍ଞା କୁହନ୍ତୁ, ଏନଜିଓ ବାଲା: ସାର, ଆସନ୍ତା ୧୨ ତାରିଖ ଦିନ ଆମ ସଂଗଠନ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି, ଆପଣମାନଙ୍କର ଉପସ୍ଥିତ ଏବଂ ବହୁଳ ପ୍ରସାରଣ ଦ୍ୱାରା ଆମେ ବିଶେଷ ଉପକୃତ ହେବୁ । ଚ୍ୟାନେଲ ହେଡ୍: ଦେଖନ୍ତୁ…

ଅଧିକ ପଢ଼ନ୍ତୁ
Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ ବିରହ ସମୟ ସଙ୍ଗେ ॥ ବଦଳି ଯାଇଛି ସବୁ କିଛି ଆଜି ବିଶ୍ୱାସ ପ୍ରତି ପୃଷ୍ଠାରେ, ଅପ୍ରାପ୍ତ ରସେଇ ଅଜଣା ନଗରି ନାହିଁ ଆଜି ଉଲ୍ଲାସରେ ॥ ମୃଦୁ ମୃଦୁ ଆସି…

ଅଧିକ ପଢ଼ନ୍ତୁ
Odia Story Jeje Nati Jodi (ଜେଜେ ନାତିର ଯୋଡ଼ି) by Jharana Pradhan

ଜେଜେ ନାତିର ଯୋଡ଼ି

“ଆରେ ସୁକୁଟା ! କୁଆଡ଼େ ଗଲୁ !” ପାଟି କରି ଡାକ ପକାଉଥାନ୍ତି ଜେଜେ । ସେପଟୁ ସ୍ପନ୍ଧନ ପାଟି କରି ଉଠିଲା, “କଣ ଯେ ଜେଜେ, ମୋର ଏତେ ଭଲ ନାଁ ବାପାବୋଉ ରଖିଛନ୍ତି ତମେ କିନ୍ତୁ ସୁକୁଟା ଡାକି ପୁରା ନାଁ ଖରାପ କରିଦେଉଚ । ସେଇଟା ବି ବଡ଼ ପାଟିରେ ପୁରା ଗାଁ ସାରା ଲୋକ ଶୁଣିଲା ଭଳି ଡାକୁଚ । ଜେଜେମା ଭଳି କାହ୍ନୁ ହେଲେ ଡାକ । କେଡ଼େ ସୁନ୍ଦର…

ଅଧିକ ପଢ଼ନ୍ତୁ