You are currently viewing ରଥରେ ଦର୍ଶନ କରିବା
Odia Bhajan Rathara Darsana Kariba (ରଥରେ ଦର୍ଶନ କରିବା) by Mamata Sahu

ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନକୁ
ରଥରେ ଦର୍ଶନ କରିବା
ଜୀବନର ଯେତେ ଦୁଃଖ ଯାତନାକୁ
ହସି ହସି ଭୁଲିଯିବା ॥

ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି
ଭକତ ବତ୍ସଳ ହରି
ଭାବର ଠାକୁର ନିଳାଦ୍ରୀ ବିହାରି
ଦୟାମୟ ଦଇତାରି ॥

ମନ କିଣିନିଏ ବାଙ୍କ ଚାହାଣିରେ
ଅଧା ନାଲିହସ ତା’ର
ଲାବଣ୍ୟ ସମ୍ଭାର ଅପରୁପ ଶୋଭା
ଦିଶେ କେଡ଼େ ମନୋହର ॥

ଆଷାଢ଼ର ଶୁକ୍ଲ ଦ୍ୱିତୀୟା ତିଥିରେ
ଯିବେ ଶ୍ରୀଗୁଣ୍ଡିଚା ଘର
ଭାଇ ଭଗିନି ତିନି ନଅ ଦିନ ରହି
ବାହୁଡ଼ିବେ ଶ୍ରୀ ମନ୍ଦିର ॥

ଭକତ ଭିଡ଼ରେ ରଥଯାତ୍ରା ଦିନ
ଶ୍ରୀ ବଡ଼ଦାଣ୍ଡକୁ ଯିବା
ରଥର ଦଉଡ଼ି ଭକତିରେ ଭିଡ଼ି
ନିଜ ହସ୍ତେ ଟାଣୁ ଥିବା ॥

ଅପବିତ୍ର ନେତ୍ର ପବିତ୍ର କରିବା
ଦର୍ଶନ କରି ଶ୍ରୀମୁଖ
ମଣିଷ ଜନମ ସାର୍ଥକ କରିବା
ପାଇବା ସରଗ ସୁଖ ॥

ଆହେ ମହାବାହୁ ଶ୍ରୀ ପୁରୁଷୋତ୍ତୋମ
ଏତିକି ସୁଦୟା ହେଉ
ମରିବା ଆଗରୁ ଶ୍ରୀ ମୁଖ ଦର୍ଶନ
ମୋ ଭାଗ୍ୟରେ ଲେଖା ହେଉ ॥

ଲୋଡ଼ା ନାହିଁ ପ୍ରଭୁ ଧନମାନ କିଛି
ଲଭିଲେ ପ୍ରଭୁ ଦର୍ଶନ
ଗାଇ ପ୍ରଭୁନାମ ବିତିଯାଉ ଦିନ
ଧନ୍ୟ ହେବ ଏ ଜୀବନ ॥

– ମମତା ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।