You are currently viewing ଆଜି ସ୍ୱାଧୀନତା ଦିବସ
ଆଜି ସ୍ୱାଧୀନତା ଦିବସ

ଆଜି ସ୍ୱାଧୀନତା ଦିବସ

ଉଠ ଉଠ ହେ ନବ ଯୁବକମାନେ
ଜାଗ୍ରତ ଟିକିଏ ହୁଅ,
ଦେଖ ସ୍ୱାଧୀନତା ଧ୍ୱନି ଶୁଭିଲାଣି
ବାପୁଙ୍କୁ ମନେ ପକାଅ ॥

ଏକା ଏକା ସିଏ ସଂଗ୍ରାମ କରିଲେ
ଦେଶକୁ କଲେ ସ୍ୱାଧୀନ,
ହିଂସା ଦୂରେଇ ଅହିଂସା ଆପଣେଇ
ଆମକୁ କଲେ ସ୍ୱାଧୀନ ॥

ଆଜି ସେହି ପବିତ୍ର ଦିବସ ଆସିଛି
ତାଙ୍କୁ ମନେ ପକାଇବା,
ତାଙ୍କ ଭଳି ନହୋଇପାରିବା ଆମେ
କିଛି ନୀତିକୁ ମାନିବା ॥

ସତରେ ଆମେ କ’ଣ ସ୍ୱାଧୀନ??

ଦେଶକୁ ସ୍ୱାଧୀନତା ଆଣିଦେଲେ
ହୋଇଥିଲେ ଜାତିର ପିତା,
ସ୍ୱାଧୀନ ଦେଶ ଆଜି ପରାଧୀନ ସାଜିଛି
ଚୋରମାନେ ହେଇଛନ୍ତି ନେତା ॥

ନାରୀ ଆଜି ବାଟରେ ଚାଲିପାରୁନାହିଁ
ଅବଳା ଦୁବଳା ଆଜି,
ଦିନ ରାତି ଏଠି ସବୁ ତ ସମାନ
ଦୁଷ୍କର୍ମ ଚାଲିଛି ନୀତି ॥

ସତରେ କଣ ଆମେ ସ୍ୱାଧୀନତା ପାଇଛେ
କିଏ ସେ କହିପାରିବ,
ରାମରାଜ୍ୟ କଣ ଆଉ ଫେରିବନାହିଁ
ଏମିତି କ’ଣ ଚାଲୁଥିବ ॥

ଶିକ୍ଷିତ ପିଲାମାନେ ବେକାର ବୁଲୁଛନ୍ତି
ଚାକିରୀ ତ ମିଳୁନାହିଁ,
ପଇସା ବାଲା ଘର ପିଲା ମୂର୍ଖ ହେଲେ ବି
ମାଜିଷ୍ଟ୍ରେଟ ହେଉଛନ୍ତି ॥

ତୀରଙ୍ଗା ପତାକା ତଳେ ଠିଆ ହୋଇ
ଭାଷଣ ଦେଲେ ହେବନି,
ନେତା ହୋଇ ଯେଉଁ କୁକର୍ମ କରୁଛ
ନର୍କରେ ସ୍ଥାନ ମିଳିବନି ॥

ଧରିତ୍ରୀ ମାଆ ଉପରେ ଠିଆ ହୋଇ
ଶପଥ ପାଠ କର,
କୁତ୍ସିତ, ଲମ୍ପଟ ମାନଙ୍କୁ ଯଥାଶୀଘ୍ର
ଦେଶରୁ ବିତାଡ଼ିତ କର ॥

ଆଜି ହେଉଛି ସ୍ୱାଧୀନତା ଦିବସ
ଆସ ଶପଥ କରିବା,
ରାବଣମାନଙ୍କୁ ଦେଶରୁ ତଡ଼ି ଦେଇ
ରାମରାଜ୍ୟଟି ତୋଳିବା ॥

– ଶୁଭମ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶୁଭମ ବେହେରା କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାଲକ୍ଷ୍ମୀ ପୁର ଗ୍ରାମରେ ପିତା ଶମ୍ଭୁନାଥ ବେହେରା ଏବଂ ମାତା ସଂଘମିତ୍ରା ବେହେରାଙ୍କ ଔରସରୁ ୨୦୦୩ ମସିହା ସେପ୍ଟେମ୍ବର ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । +୨ ପାଠପଢ଼ା ଶେଷ କରି ଆଗକୁ ପଢ଼ା ଜାରି ରଖିଥିବା ଶୁଭମ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।