You are currently viewing କାଳିଆ ଗୋସେଇଁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା
ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା ।

ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା
ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ ମୋର
ଭାବୁଥିବି ଖାଲି ତମ ଚିନ୍ତା ।

ମହା ପ୍ରଭୁଙ୍କ ମହାପ୍ରସାଦ, ମହା ପ୍ରଭୁଙ୍କ ବଡ଼ ଯାତ୍ରା
ଶରଧା ବାଲିରେ ପାଦ ନ ପଡ଼ିଲେ ଜୀବନଟି ଯାଏ ବୃଥା ।

– ଦେବାଶିଷ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଦେବାଶିଷ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।