ଶିଶିରର ଛୁଆଁ ତୁ
ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ
ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ ତୋ’ ଢଙ୍ଗରେ ଢଳିଛି ମୋ ଜିଇଁବାର ଢଙ୍ଗ ତୁ ପାଖେ ଥା’ କି ନ ଥା’ ସାଥେ ଅଛୁ ମୋ’ରି ଯୋଜନ ଯୋଜନ ବାଟ ନିମିଷକେ ପାରି- -କରି ଆସେ ତୋ’ର ସ୍ମୃତି ଆସି ଛୁଏଁ ମୋର ଅଙ୍ଗ ଭୋର୍ ଶିଶିରର ଛୁଆଁ ତୁ ଅସ୍ତରାଗର ରଙ୍ଗ !!! – ମାନସ ରଞ୍ଜନ ଦାଶ
ଅପରିଚିତରୁ ପରିଚିତ ହେଲେ ପରିଚିତରୁ ନିଜର, ତେବେ ପୁଣି କାଇଁ ଏତେ ବ୍ୟବଧାନ କାଇଁ ଲାଗ ପର ପର? ଅଚିହ୍ନାରୁ ଚିହ୍ନା ହେଲେ ଯେବେ ଆମେ ଅନେକ ଅବୁଝା ଥିଲା, ଧୀରେଧୀରେ କରି ବୁଝୁ ବୁଝୁ କାଇଁ ବିଶ୍ୱାସ ଦୋହଲି ଗଲା? ସବୁ କଥା ସେବେ ଭଲ ଲାଗୁଥିଲା ଭଲ ଥିଲା ସେ ସମୟ, ପ୍ରିୟ ସମୟର ପ୍ରିୟ ସ୍ମୃତି ସବୁ ହୃଦୟରେ ଭରେ କୋହ !! – ପ୍ରଶାନ୍ତି ମହାପାତ୍ର
ରାଜୁ ଶ୍ରୀବାସ୍ତବ ଜଣେ ଭାରତୀୟ ହାସ୍ୟ ଅଭିନେତା ଯିଏକି ମୁଖ୍ୟତଃ ଗଜୋଧର ଭାବରେ ବିଭିନ୍ନ ପ୍ରକାରର ହାସ୍ୟାତ୍ମକ କାର୍ଯ୍ୟକ୍ରମ କରୁଥିଲେ । ତାଙ୍କର ପୂରା ନାମ ହେଉଛି ସତ୍ୟ ପ୍ରକାଶ ଶ୍ରୀବାସ୍ତବ । ୧୯୬୩ ମସିହାର ଡିସେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିବା ରାଜୁ ଜଣେ ହାସ୍ୟ ଅଭିନେତା ଭାବରେ ଅଭିନୟ କରିବା ସହିତ କିଛି ଧାରାବାହିକରେ ଖଳନାୟକ ଭାବରେ କାମ କରିବା ସହିତ ଭାରତୀୟ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର୍ ଚ୍ୟାଲେଞ୍ଜ…
କିଛି ଲୋକ ସମ୍ପର୍କକୁ ଖୁବ୍ ସହଜରେ କାଟି ଦେଉଛନ୍ତି ସମ୍ପର୍କ ଆରମ୍ଭ ବେଳେ ଖୁସି-ଉତ୍ସାହ ଆଉ ସମ୍ପର୍କ ଭାଙ୍ଗିବା ବେଳେ ଦୁଃଖ-ବିରହ ଆଉ ଏହା ମଧ୍ୟରେ ଅନେକ କାହାଣୀ ଅନେକ ଭାବନା ଅନେକ ମାନ ଅଭିମାନ ସ୍ମୃତି ସବୁକୁ ମାରି ଦେଉଛନ୍ତି ! ହିସାବ କରିପାରିବ କି କେତେ ସମ୍ପର୍କ ଭାଙ୍ଗି ସେମାନେ ନିଜକୁ ସଜାଡ଼ିଛନ୍ତି? – ହିମାଂଶ ଭୂଷଣ ସାହୁ
ସ୍ୱର୍ଗତ ବିଷ୍ଣୁ ଚରଣ ସେଠୀ ଥିଲେ ଜଣେ ଓଡ଼ିଆ ସାହିତ୍ୟିକ, ସାମ୍ବାଦିକ ତଥା ରାଜନୀତିଜ୍ଞ ଯିଏକି ଘାସଫୁଲ ଭଳି ଉତ୍କୃଷ୍ଟ ସାହିତ୍ୟ ପତ୍ରିକାର ପ୍ରତିଷ୍ଠା କରିବା ସହିତ ସମ୍ପାଦନା କରୁଥିଲେ । ଜନ୍ମ ଓ ପରିବାର ୧୯୬୧ ମସିହାର ଜୁନ ୫ ତାରିଖରେ ଭଦ୍ରକ ଜିଲ୍ଲାର ତିହିଡ଼ି ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁରଠାରେ ଜନ୍ମଗ୍ରହଣ କରିଥିଲେ ସେ । ତାଙ୍କ ବାପାଙ୍କ ନାମ ଥିଲା ଗୟାଧର ସେଠୀ ଓ ପତ୍ନୀଙ୍କ ନାମ ଥିଲା ଉର୍ମିଳାରାଣୀ ପାଣିଗ୍ରାହୀ । ଶିକ୍ଷା ଓ ସାହିତ୍ୟକୃତି ସେ…