୪୩ଶ ସଂସ୍କରଣ
୨୦୨୨ ମସିହାର ଦୁର୍ଗାଷ୍ଟମୀ ଦିନ ଶୁଭପଲ୍ଲବର ୪୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ ଥିଲା ।
୨୦୨୨ ମସିହାର ଦୁର୍ଗାଷ୍ଟମୀ ଦିନ ଶୁଭପଲ୍ଲବର ୪୩ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୮ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ ଥିଲା ।
ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ ଗତି…! ତୁ ଆସୁଛୁ… ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…! ତୁ ଆସୁଛୁ… କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!! ତୁ ଆସୁଛୁ… ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!…
ପରିବ୍ୟାପ୍ତ ଏ ସଂସାର ପରିଧି, ଆଞ୍ଜୁଳାଏ ଆୟୁଷକୁ ନେଇ ଅଶାନ୍ତ ଜୀବନ ପାରିଧି, ମୋହ ମାୟାର ଜୁଆର ଭଟ୍ଟା ପାଇ ବିସ୍ମୃତ ବିଲୁପ୍ତ ପ୍ରାୟ ଆତ୍ମପ୍ରତ୍ୟୟର ଅମୃତ ମନ୍ତ୍ର ଧ୍ୱନି ଅନ୍ତଃକରଣ ପାସୋରି ଅନୁତାପେ କାନ୍ଦୁଛୁ ବାହୁନି ବାହୁନି !…(୧) ମୁଁ କାର ଗୁଞ୍ଜନ ଛାଡ଼ି, ଓଁକାର କରତୁ ଦିବା ନିଶି ସ୍ମରଣ ଜନ୍ମ ସହ ଧ୍ରୁବ ସତ୍ୟ ମରଣ, ମୋକ୍ଷ ମିଳେ ଥିଲେ ସମର୍ପଣ ପରିବର୍ତ୍ତିତ ମୁହୂର୍ତ୍ତ ବିକାଶ ଦର୍ପଣରେ ଲାଜେଇ ଯାଆନ୍ତି ଚେତନା ଚଢ଼େଇ ଦଳ…
ଦୁନିଆଁରେ ସଭିଙ୍କର ଲୋଡ଼ାହୁଏ କାନ୍ଧଟିଏ ପୁଅର ଲୋଡ଼ା ନିଜ କାନ୍ଧ ଚଉଡ଼ା ହେଲାଯାଏଁ ଝିଅର ଲୋଡ଼ା ଆଖିର ଆକ୍ଷେପରୁ ନିଜକୁ ଲୁଚେଇ ଦେବାକୁ ଆର ଘରକୁ ଗଲାଯାଏଁ ॥ ସ୍ତ୍ରୀ ଲୋକର ବି ଲୋଡ଼ା ପ୍ରେମ ଆଉ ଅହଙ୍କାରକୁ ଦାଣ୍ଡରେ ପ୍ରକାଶିବା ଯାଏଁ ବୟସ ବୋଝରେ କ୍ଳାନ୍ତ ବାପାଙ୍କର, ମାଆର ବି ଲୋଡ଼ାହୁଏ କାନ୍ଧ ଅନ୍ୟକୁ ଦେଖେଇବାକୁ ସବୁ ଭଲ-ମନ୍ଦ ବେଳକୁ ॥ ଜିଇଁଥିବା ସବୁ ଲୋକର ଲୋଡ଼ା କାନ୍ଧଟିଏ ଉପରକୁ ଉଠିବାକୁ ପାପକୁ ଲୁଚେଇବାକୁ ଆଉ…