You are currently viewing ତୁ ଆସୁଛୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ…
ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…!
ତୁ ଆସୁଛୁ…
ତେଣୁ ତ ସେ ଆଜି ହସି ପାରୁଛି ଏତେ…!
ତୁ ଆସୁଛୁ…
ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!!

ତୁ ଆସୁଛୁ…
ତେଣୁ ମଳୟ ବଦଳାଇଛି ନିଜ ଗତି…!
ତୁ ଆସୁଛୁ…
ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…!
ତୁ ଆସୁଛୁ…
କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!!

ତୁ ଆସୁଛୁ…
ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!
ତୁ ଆସୁଛୁ…
ପୁରପଲ୍ଲୀ ସବୁ ଅତି ଆନନ୍ଦେ ସଜେଇ ହେଲେ…!
ତୁ ଆସୁଛୁ…
ଆବାହନ କରିବାକୁ ସର୍ବେ ଆଗେଇ ଆସିଲେ…!!

ତୁ ଆସୁଛୁ…
ସବୁ ଦୈତ୍ୟ ଆଜି ଭୟରେ ତୋ ଠୁଁ ଲୁଚନ୍ତି…!
ତୁ ଆସୁଛୁ…
ତୋ ଭକ୍ତଗଣ ଆଜି ମନଖୁସିରେ ନାଚନ୍ତି…!
ତୁ ଆସୁଛୁ…
ତୋ ମୃଣ୍ମୟୀ ମୂର୍ତ୍ତି ଏଠି ସଭିଏଁ ପୂଜନ୍ତି…!!

ତୁ ଆସୁଛୁ…
କହି ଦେ ମା’ ଲୋ ଛାଡ଼ି ଯିବୁନି କେବେ…!
ତୁ ଆସୁଛୁ…
କହି ଦେ ମା’ ରହିବୁ ସଦା ତୁ ଏ ଭବେ…!
ତୁ ଆସୁଛୁ…
ଭସାଣି ହେଉ ପଛେ ତୁ ଯାଆନି ଜଗଦମ୍ବେ…!!

– ମଧୁମିତା ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମଧୁମିତା ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।